‘ସୂର୍ଯ୍ୟାସ୍ତ,ଶାନ୍ତି,ଶ୍ବେତା ଓ ଶିକାରା’.... : ହନିମୁନରେ ଯାଇ ସୋସିଆଲ୍ ମିଡିଆରେ ଫଟୋ ସେୟାର କଲେ ଆଦିତ୍ୟ

Published By : Prameya-News7 Bureau | December 19, 2020 IST

ନୂଆଦିଲ୍ଲୀ ୧୯/୧୨: ପ୍ରସିଦ୍ଧ ଗାୟକ ଆଦିତ୍ୟ ନାରାୟଣ ଏବେ ପତ୍ନୀ ଶ୍ବେତା ଅଗ୍ରଓ୍ବାଲଙ୍କ ସହ ଶ୍ରୀନଗରରେ ହନିମୁନ୍ ପିରିୟଡ ଉପଭୋଗ କରୁଛନ୍ତି। ସେ ସୋସିଆଲ୍ ମିଡିଆ ଆକାଉଣ୍ଟରେ ପତ୍ନୀ ଶ୍ବେତାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। ଯାହାକୁ ବହୁତ ପସନ୍ଦ କରାଯାଉଛି। ଫଟୋରେ ଦମ୍ପତ୍ତିଙ୍କ ଚମତ୍କାର ବଣ୍ଡିଂ ନଜର ଆସୁଛି।

wp:html
/wp:html

 ଆଦିତ୍ୟ ନାରାୟଣ ଫଟୋକୁ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ,‘ ସୂର୍ଯ୍ୟାସ୍ତ,ଶାନ୍ତି,ଶ୍ବେତା ଏବଂ ଶିକାରା,ସୁନ୍ଦର ଦୃଶ୍ୟ ନା? ଫଟୋରେ ଆଦିତ୍ୟ ଏବଂ ଶ୍ବେତା ଡାଲ୍ ହ୍ରଦରେ ନୌକାରେ ଯାତ୍ରାର ମଜା ନେଉଛନ୍ତି। ତାଙ୍କ ସୁନ୍ଦର ବଣ୍ଡିଂକୁ ଦେଖି ତାଙ୍କ ପ୍ରଶଂସକ କମେଣ୍ଟସ୍ କରୁଛନ୍ତି। ଏହା ପୂର୍ବରୁ ଏକ ସାକ୍ଷାତକାରରେ ଆଦିତ୍ୟ ନାରାୟଣ ନିଜ ହନିମୁନ ପ୍ଲାନ୍ ବିଷୟରେ କହିଥିଲେ ଯେ କାମ ଚାପରେ ସେ ୩ଟି ଛୋଟ ଟ୍ରିପ୍ ପ୍ଲାନ୍ କରୁଛନ୍ତି।

wp:html
/wp:html

ସେ କହିଥିଲେ ଯେ ତାଙ୍କ ପାଇଁ ସୁଟିଂ କାମରେ ସବୁ ସପ୍ତାହରେ ମୁମ୍ବାଇ ଆସିବା ବହୁତ ଜରୁରୀ। ଏପରି କ୍ଷେତ୍ରରେ ସେ ୩ଟି ଛୋଟ ଟ୍ରିପ୍ ପ୍ଲାନ୍ କରିଛନ୍ତି।

wp:html
/wp:html

ଆଦିତ୍ୟ ଏବଂ ଶ୍ବେତାଙ୍କ ଡିସେମ୍ବର ମାସ ଆରମ୍ଭରୁ ବିବାହ ହୋଇଥିଲା। ଦୀର୍ଘ ଦିନ ଡେଟିଂ କରିବା ପରେ ଦୁହେଁ ପରସ୍ପରକୁ ଜୀବନସାଥୀ କରିବାକୁ ନିଷ୍ପତ୍ତି ନେଇଥିଲେ। ଉଭୟଙ୍କ ସାକ୍ଷାତ ‘ସାପିତ’ ଫିଲ୍ମର ସୁଟିଂ ସମୟରେ ହୋଇଥିଲା।

{"id":379482,"sizeSlug":"large","linkDestination":"none"}

ଦୁହେଁ ମୁମ୍ବାଇରେ ନିଜ ନୂଆ ଘର ଶିଫ୍ଟ ହେବାର ପ୍ରସ୍ତୁତିରେ ଅଛନ୍ତି।

{"id":379483,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.