Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

‘ଦୁର୍ବ୍ୟବହାର ଦେଖି ଆମେ ଚିନ୍ତିତ’, କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ୧୯୮୩ କ୍ରିକେଟ୍ ୱାଲର୍ଡ କପ୍ ବିଜେତା ଟିମ୍

2/06/2023 at 4:48 PM

ନୂଆଦିଲ୍ଲୀ: ଦିଲ୍ଲୀରେ ଧାରଣା ଜାରି ରଖିଥିବା କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ବାହାରିଛନ୍ତି ୧୯୮୩ ୱାଲର୍ଡ କପ ବିଜେତା କ୍ରିକେଟ ଟିମର ସଦସ୍ୟ । ବିଶ୍ୱ କପ ବିଜୟୀ ଟିମର ଅଧିନାୟକ କପିଲ ଦେବ ଥିଲେ । ଏହି ଟିମ୍ ଏକ ମିଳିତ ବୟାନ ଜାରି କରି କହିଛି ଯେ ଧାରଣାରତ କୁସ୍ତିଯୋଦ୍ଧାଙ୍କ ସହ ଦୁର୍ବ୍ୟବହାର କରାଯାଇଛି, ଯାହା ଦେଖି ଆମେ ଚିନ୍ତିତ ଅଛୁ ।

ଉଲ୍ଲେଖଯୋଗ୍ୟ ଯେ ବଜରଙ୍ଗକ ପୁନିଆ, ସାକ୍ଷୀ ମଲ୍ଲିକ ଏବଂ ଭିନେଶ ଫୋଗାଟଙ୍କ ପରିବାର ସହ ଅନ୍ୟ କୁସ୍ତିଯୋଦ୍ଧାମାନେ ଧାରଣା ଦେଉଛନ୍ତି । ଦିଲ୍ଲୀ ପୋଲିସ ମେ ୨୮ରେ ଧାରଣାରତ କୁସ୍ତିଯୋଦ୍ଧାଙ୍କୁ ଆଇନ ଏବଂ ବ୍ୟବସ୍ଥା ବିଗାଡିବା ଅଭିଯୋଗରେ ହେପାଜତକୁ ନେଇଥିଲା । ଦିଲ୍ଲୀର ଜନ୍ତର ମନ୍ତରରେ ଗତ ଏକ ମାସରୁ କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଧାରଣା ଦେଉଥିବା କୁସ୍ତିଯୋଦ୍ଧାଙ୍କ ବିରୋଧରେ ନିକଟରେ ଦିଲ୍ଲୀ ପୋଲିସ ମାମଲା ରୁଜୁ କରିଥିଲା । ଖେଳାଳିଙ୍କ ବିରୋଧରେ ସୁରକ୍ଷାକର୍ମୀଙ୍କ ସହ ମାରପିଟ୍, ଡ୍ୟୁଟିରେ ମୁତୟନ ସରକାରୀ କର୍ମଚାରୀଙ୍କ କାମରେ ବାଧା ସୃଷ୍ଟି କରିବା ନେଇ ମାମଲା ରୁଜୁ ହୋଇଛି ।

ପଢନ୍ତୁ: କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଆସିଲା UWW, ଭାରତୀୟ କୁସ୍ତି ସଂଘକୁ ସସ୍‌ପେଣ୍ଡ କରିବା ନେଇ ଦେଲା ଚେତାବନୀ !

ୱାଲର୍ଡ କପ ବିଜେତା ଟିମ୍ କହିଛି, ‘ଆମ ଚାମ୍ପିୟନ ରେଲସରଙ୍କୁ ଦୁର୍ବ୍ୟବହାରର ଅଶୋଭନୀୟ ଦୃଶ୍ୟ ଦେଖି ବ୍ୟଥିତ ଏବଂ ଚିନ୍ତିତ ଅଛୁ । ଏହାସହ ନିଜ ପରିଶ୍ରମରେ ଜିତିଥିବା ପଦକ ଗଙ୍ଗରେ ଭସାଇବା ଘୋଷଣା ଉପରେ ମଧ୍ୟ ଆମେ ଚିନ୍ତିତ ଅଛୁ । ଏହି ପଦକକୁ ସେମାନେ ଅନେକ ବର୍ଷର ପରିଶ୍ରମ, ତ୍ୟାଗ ଏବଂ ସଂଘର୍ଷ ପରେ ହାସଲ କରିଛନ୍ତି । ଏହି ମେଡାଲ କେବେଳ ସେମାନଙ୍କ ହିଁ ନୁହେଁ ବରଂ ଦେଶର ଗୌରବ ମଧ୍ୟ ଅଟେ’।

ଟିମ୍ କହିଛି, ‘ଆମେ ସେମାନଙ୍କୁ ଅପିଲ କରୁଛି ଯେ ଏହି ମାମଲାରେ କୌଣିସ ତ୍ୱରିତ ପଦକ୍ଷେପ ନ ନିଅନ୍ତୁ । ଆମେ ଏହା ମଧ୍ୟ ଅପିଲ କରୁଛୁ ଯେ ସେମାନଙ୍କ ଅଭିଯୋଗକୁ ଶୁଣାଯାଉ । ଏହାସହ ମାମଲାର କୌସଣି ସମାଧାନ ବାହାର କରାଯିବ’।

READ ALSO: ଗଙ୍ଗାରେ କୁସ୍ତିଯୋଦ୍ଧାଙ୍କ ପଦକ ବିସର୍ଜନ ଘୋଷଣା ପରେ ଉଠିଲା ପ୍ରଶ୍ନ, ଗଙ୍ଗା ସଭାର ବିରୋଧ; ସରକାରଙ୍କୁ ୫ ଦିନର ସମୟ

   Related Posts