ଖୁଦୁରୁକୁଣୀ ଓଷାକୁ ନେଇ ଗୋଷ୍ଠୀ ସଂଘର୍ଷ, ତିନି ଜଣ ଗୁରୁତର
25/09/2023 at 8:16 AM

ଆଠଗଡ଼ ୨୫।୦୯ : ଖୁଦୁରୁକୁଣି ଓଷାକୁ ନେଇ ବିବାଦ । କଟକ ଜିଲ୍ଲା ତିଗିରିଆ ଥାନା ବିଷ୍ଣପୁର ଗାଁରେ ଖୁଦୁରୁକୁଣି ଓଷାକୁ ନେଇ ଦୁଇ ଗୋଷ୍ଠୀ ମୁହାମୁହିଁ ହୋଇଛନ୍ତି । ଏଥିରେ ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ରବିବାର ରାତିରେ ବିଷ୍ଣୁପୁର ଗାଁରେ ଖୁଦୁରୁକୁଣି ଓଷାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଯାହାଫଳରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲା । ଏହି ବିବାଦରେ ଉଭୟ ଗୋଷ୍ଠୀର ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ପ୍ରଥମେ ଆଠଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତରିତ କରାଯାଇଛି ।
ସେପଟେ ଗାଁରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ପୋଲିସ ମୁତୟନ କରାଯାଇଛି । ତିଗିରିଆ ଥାନାରେ ଏନେଇ ଏତଲା ଦିଆଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହାସହିତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଚେତାବନୀ ଦେଇଛି ।
ଆହୁରି ପଢନ୍ତୁ :