Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଖାଦ୍ୟରେ ନିଦ ବଟିକା ଦେଇ ଶାଶୁକୁ ମାରିଦେଲା ବୋହୂ, ପତ୍ନୀ ନାମରେ ଅଭିଯୋଗ କଲେ ଖୋଦ୍ ସ୍ୱାମୀ

9/06/2023 at 4:59 PM

ଢେଙ୍କାନାଳ ୯।୬: ଖାଦ୍ୟରେ ଅତ୍ୟଧିକ ମାତ୍ରାରେ ନିଦ ବଟିକା ଦେଇ ଶାଶୁକୁ ମାରିଦେଇଛି ବୋହୂ । ମୃତକଙ୍କ ପୁଅ ତାଙ୍କ ପତ୍ନୀ ନାମରେ ଆଣିଛି ଏହି ହତ୍ୟା ଅଭିଯୋଗ । ଫଳରେ ପୋଲିସ ଅଭିଯୁକ୍ତ ବୋହୂକୁ ଅଟକ ରଖି ଛାନଭିନ ଆରମ୍ଭ କରିଛି । ଢେଙ୍କାନାଳ ଜିଲ୍ଲା ରାସୋଳ ବ୍ରାହ୍ମଣ ସାହିରେ ଏପରି ଅଭାବନୀୟ ଘଟଣାକୁ ନେଇ ବେଶ ଆଲୋଡନ ସୃଷ୍ଟି କରିଛି ।

ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ବ୍ରାହ୍ମଣ ସାହିରେ ଶାଶୁକୁ ଖାଦ୍ୟରେ ଅତ୍ୟଧିକ ନିଦ ବଟିକା ଦେଇ  ମାରିଦେଲା ବୋହୂ । ମୃତକ ହେଉଛନ୍ତି ରାସୋଳ ବ୍ରାହ୍ମଣ ସାହିର ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ତାରେଶ୍ୱର ସରଙ୍କ ପତ୍ନୀ ୬୨ ବର୍ଷୀୟ ବୃଦ୍ଧା ସୁଲୋଚନା ସର । ଗୁରୁବାର ଦ୍ୱିପ୍ରହରରେ ସୁଲୋଚନାଙ୍କୁ ଖାଦ୍ୟରେ କୁଆଡେ ତାଙ୍କ ବୋହୂ ତୃପ୍ତିମୟୀ ଅତ୍ୟଧିକ ନିଦ ବଟିକା ଦେଇଦେଇଥିଲେ । ଫଳରେ ରାତି ପ୍ରାୟ ୮ଟା ସମୟରେ ତାଙ୍କ ପାଟିରୁ ରକ୍ତ ଓ ଫେଣ ବାହାରି ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ତାଙ୍କୁ ସ୍ଥାନୀୟ ରାସୋଳ ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ସୁଲୋଚନା ସୁସ୍ଥ ଥିବା ଓ ଗୁରୁବାର ପୁଅ ଜୟନ୍ତଙ୍କ ସହ ବ୍ୟାଙ୍କ ଯାଇ ଘରକୁ ଫେରିବା ପରେ ଖାଇ ଶୋଇଥିଲେ । ମାତ୍ର ତାଙ୍କର ଏପରି ଆକସ୍ମିକ ମୃତ୍ୟୁକୁ ସହଜରେ ଗ୍ରହଣ କରୁନାହାନ୍ତି ଗ୍ରାମବାସୀ ଓ ସମ୍ପର୍କୀୟ । ପୂର୍ବରୁ ଅତ୍ୟାଚାର କରି ଆସୁଥିବା ତାଙ୍କ ବୋହୂ ଖାଦ୍ୟରେ ବିଷ ମିଶାଇ ମାରିଦେଇଥିବା ଅଭିଯୋଗ ଉଠାଇ ଦୃଢ଼ କାର୍ଯ୍ୟାନୁଷ୍ଠାନରେ ଅଡ଼ି ବସିଛନ୍ତି ।

   Related Posts