କମେଣ୍ଟମରାକୁ ନେଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଲକ୍ଷ୍ମୀସାଗର ପୋଲିସର ତଦନ୍ତ
18/09/2023 at 2:21 PM

ଭୁବନେଶ୍ୱର ୧୮।୦୯ : କମେଣ୍ଟମରାକୁ ବିରୋଧ କରିବାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଲକ୍ଷ୍ମୀସାଗର ଥାନାରେ ଏତଲା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଏହାସହ ଜଣଙ୍କୁ ଅଟକ ରଖିଛି ପୋଲିସ ।
ଖବର ଅନୁଯାୟୀ, ରବିବାର ରାତିରେ ଲକ୍ଷ୍ମୀସାଗର ଥାନା ବମିଖାଲର ରାକେଶ କୁମାର୍ ବାରିକ ନିଜ ସେଲୁନରେ ଥିବା ସମୟରେ ୮ ଯୁବକ ଖଣ୍ଡା, ଭୁଜାଲି ଓ ଲୁହା ରଡ଼ରେ ଆକ୍ରମଣ କରିଥିଲେ । ଏନେଇ ଲକ୍ଷ୍ମୀସାଗର ଥାନାରେ ଏତଲା ଦେବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଏହାସହ ଜଣଙ୍କୁ ଅଟକ ରଖିଛି ପୋଲିସ୍। ରବିବାର ଦିନ ଅଭିଯୁକ୍ତ ରାମେଶ୍ବର ବେହେରା ଜଣେ ସାଇକେଲରେ ଯାଉଥିବା ବ୍ୟକ୍ତିକୁ ବାଇକରେ ମାଡ଼ କରି ଦୁର୍ଘଟଣା ଘଟାଇଥିଲେ । ବାଇକରେ ମାଡ କରିବା ପରେ ବ୍ୟକ୍ତିଙ୍କୁ ଗାଳିଗୁଲଜ କରିଥିଲେ ରାମେଶ୍ବର ।
ତେବେ ରାକେଶ ବାରଣ କରିବାରୁ ରାଗିଯାଇଥିଲା ରାମେଶ୍ବର । ଘଟଣାସ୍ଥଳରେ ଝଗଡ଼ା କରି ପଳେଇ ଯାଇଥିଲେ। ପରେ ସନ୍ଧ୍ୟାରେ ରାମେଶ୍ବର ଓ ୭ ଜଣ ସୋହଯୋଗୀ ରାକେଶ ସେଲୁନରେ ପଶି ଆକ୍ରମଣ କରିଥିଲେ। ମୁଣ୍ଡ ,ପେଟ ଓ ହାତରେ ଗଭୀର ଆଘାତ ଲାଗିବାରୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ AIIMSରେ ଚିକିତ୍ସା ପାଇଁ ଯାଇଥିଲେ ରାକେଶ । ପୋଲିସ ଏତଲା ପାଇବା ପରେ ଛାନଭିନ ଆରମ୍ଭ କରିଛି ।