୨ ପୂର୍ବତନ ସାଂସଦଙ୍କ ଗିରଫ ଦାବି କଲା ଜିଲ୍ଲା ଯୁବକ କନ୍ଧ ସମାଜ
16/06/2020 at 4:38 PM

କୋରାପୁଟ୧୬/୬: କୋରାପୁଟ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ଏବଂ ନବରଙ୍ଗପୁର ପୂର୍ବତନ ସାଂସଦ ବଳଭଦ୍ର ମାଝୀଙ୍କୁ ଗିରଫ ଦାବି ନେଇ ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନ ପକ୍ଷରୁ ବଙ୍ଗୋମୁଣ୍ଡା ଥାନାରେ ଏତଲା ଦିଆଯାଇଛି । କିଛିଦିନ ପୂର୍ବରୁ ଦୁଇଜଣ ପୂର୍ବତନ ସାଂସଦ ଆଦିବାସୀମାନଙ୍କ ଜମି କିଣାବିକାରେ କୋହଳ କରିବାକୁ ମନ୍ତବ୍ୟ ଦେଇଥିଲେ। ସଂଗଠନର କର୍ମକର୍ତ୍ତାମାନେ ବଙ୍ଗୋମୁଣ୍ଡା ବଜାରରୁ ସାମାଜିକ ଦୂରତା ରଖି ଏକ ଶୋଭା ଯାତ୍ରାରେ ବଙ୍ଗୋମୁଣ୍ଡା ଥାନା ପହଞ୍ଚିଥିଲେ ।

ସେଠାରେ ଦୁଇ ପୂର୍ବତନ ସାଂସଦଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଆଦିବାସୀମାନଙ୍କ ଜଙ୍ଗଲ ଜମିର ସ୍ବତନ୍ତ୍ର ଅଧିକାର ଥିବା ଯୋଗୁଁ ଏଭଳି ମନ୍ତବ୍ୟ ଆଦିବାସୀ ବିରୋଧୀ ତେଣୁ ତୁରନ୍ତ ଦୁଇ ପୂର୍ବତନ ସାଂସଦ ଗିରଫ କରାଯାଉ ବୋଲି ସଂଗଠନର କର୍ମକର୍ତ୍ତା ଏକ ଏତଲା ଥାନାରେ ଦେଇଥିଲେ। ତୁରନ୍ତ ସେମାନଙ୍କୁ ଗିରଫ ନକଲେ ଆଗାମୀ ଦିନରେ ଭୟଙ୍କର ଆନ୍ଦୋଳନ କରାଯିବ ବୋଲି ମଧ୍ୟ ସେମାନେ ଦାବି କରିଛନ୍ତି ।