ସାମ୍ୱାଦିକଙ୍କୁ IRB ଯବାନଙ୍କ ଦୁର୍ବ୍ୟବହାର; ଆରକ୍ଷି ଅଧିକ୍ଷକଙ୍କୁ ଅଭିଯୋଗ କଲା ଜିଲ୍ଲା ପ୍ରେସ୍ କ୍ଲବ
30/12/2022 at 11:28 PM

ଫୁଲବାଣୀ ୩୦/୧୨: ଶୁକ୍ରବାର ଜିଲ୍ଲା ପ୍ରେସ କ୍ଲବ ସମ୍ପାଦକ ପ୍ରଶାନ୍ତ କୁମାର ବେହେରାଙ୍କ ନେତୃତ୍ବରେ ଏକ ଲିଖିତ ଅଭିଯୋଗ କନ୍ଧମାଳ ଆରକ୍ଷୀ ଅଧିକ୍ଷକଙ୍କୁ ଦିଆଯାଇଛି। ଅଭିଯୋଗ ଅନୁସାରେ ୨୦୨୨ ଡିସେମ୍ୱର ୨୮ରେ ଫୁଲବାଣୀରେ ହକି ବିଶ୍ଵ କପ୍ ଟ୍ରଫି ପ୍ରଦର୍ଶନୀ ଶୋଭାଯାତ୍ର ବେଳେ, ସ୍ଥାନୀୟ ମାଦିକୁନ୍ଦା ଛକରେ, ସାମ୍ବାଦିକ ଆଦିତ୍ୟ ପ୍ରସାଦ ତ୍ରିପାଠୀଙ୍କୁ ଜଣେ ଆଇଆରବି ଯବାନ ଅଶାଳୀନ ବ୍ୟବହାର କରିଥିଲେ। ଏହା ସହିତ ସମସ୍ତ ସାମ୍ବାଦିକମାନଙ୍କ ଉଦ୍ଦେଶ୍ୟରେ ମଧ୍ୟ ଅଶାଳୀନ ଭାଷା ପ୍ରୟୋଗ କରିଥିଲେ। ଏହାକୁ ବିରୋଧ କରି ଆଦିତ୍ୟ ଉପରିସ୍ତ ପୋଲିସ ଅଧିକାରୀଙ୍କୁ ଅଭିଯୋଗ କରିବେ ବୋଲି କହିଥିଲେ।
ପରେ ଆଇଆରବି ଯବାନ କହିଥିଲେ ‘’ମୋ ନାଁରେ ଏସପିଙ୍କୁ ମଧ୍ୟ ଅଭିଯୋଗ କର ମୋର କେହି କିଛି କରିପାରିବେ ନାହିଁ’’। ଫଳରେ ସାମ୍ୱାଦିକଙ୍କୁ ଅସମ୍ମାନ ହେବା ସହିତ ସମସ୍ତ ସାମ୍ବାଦିକ ମାନଙ୍କର ମଧ୍ୟ ଅସମ୍ମାନ ହୋଇଥିବା ନେଇ ଏସପିଙ୍କୁ ଅଭିଯୋଗ କରାଯାଇଛି। ଏନେଇ ଜିଲ୍ଲା ପ୍ରେସ କ୍ଲବ ସଭାପତି ତଥା ସାମ୍ବାଦିକ ସୁନୀଲ ପଟ୍ଟନାୟକ ଓ ସମ୍ପାଦକ ପ୍ରଶାନ୍ତ ବେହେରାଙ୍କୁ ଅବଗତ କରାଇବା ପରେ ଶୁକ୍ରବାର ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ଲିଖିତ ଅଭିଯୋଗ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲଙ୍କୁ ଦିଆଯାଇଛି। ଏସପି ଅଗ୍ରୱାଲ ଦୃଷ୍ଟାନ୍ତମୁଳକ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି। ଏହି ଘଟଣାକୁ ସାମ୍ବାଦିକ ତଥା କେଡିଜେଏ ସଭାପତି ଡକ୍ଟର ଅରୂପ କୁମାର ଜେନା, ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ, ଶିବାନନ୍ଦ ପଟ୍ଟନାୟ ନିନ୍ଦା କରିବା ସହ ଦୃଢ଼ କର୍ଯ୍ୟlନୁଷ୍ଠାନ ଦାବି କରିଛନ୍ତି l