Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଜିଲ୍ଲା ଖଣିଜ ପାଣ୍ଠି ବେନିୟମ ଭାବେ ଖର୍ଚ୍ଚ ହେଉଛି, ମନ୍ତ୍ରୀଙ୍କୁ ବାଚସ୍ପତି ଦେଲେ ଏମିତି ନିର୍ଦ୍ଦେଶ

28/11/2019 at 12:13 PM

ଭୁବନେଶ୍ବର ୨୮।୧୧: ଡିଏମଏଫ ବା ଜିଲ୍ଲା ଖଣିଜ ପାଣ୍ଠି ବେନିୟମ ଭାବେ ଖର୍ଚ୍ଚ ହେଉଛି ବୋଲି ବିଧାନସଭା ଶୀତ ଅଧିବେଶନରେ ଆଜି ବିଜେଡି ବିଧାୟକ କିଶୋର ମହାନ୍ତି ଉଦବେଗ ପ୍ରକାଶ କରିଛନ୍ତି । ଏହି ପାଣ୍ଠି ଖଣି ଅଞ୍ଚଳର ୧୦ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳରେ ଖର୍ଚ୍ଚ ହେବା ବଦଳରେ ଅନ୍ୟ ଅଞ୍ଚଳରେ ଖର୍ଚ୍ଚ କରାଯାଉଛି ବୋଲି ସେ ଗୃହରେ ପ୍ରକାଶ କରିଛନ୍ତି ।

ବହୁ ଜିଲ୍ଲାରେ ଏହି ପାଣ୍ଠିର ଖର୍ଚ୍ଚ ଲାଗି ଟ୍ରଷ୍ଟ ବୋର୍ଡ ହୋଇନି । ଟ୍ରଷ୍ଟ ବୋର୍ଡ ତ ନାହିଁ, ତେବେ କୋଟି କୋଟି ଟଙ୍କା କେମିତି ଆଉ କେଉଁ ଆଧାରରେ ଖର୍ଚ୍ଚ ହେଉଛି ବୋଲି ବିଜେଡି ବିଧାୟକ କିଶୋର ମହାନ୍ତି ପ୍ରଶ୍ନ କରିଛନ୍ତି । 

ତେବେ ଡିଏମଏଫକୁ ସ୍ଥାନୀୟ ଅଞ୍ଚଳରେ ବିନିଯୋଗ କେମିତି ସୁଚାରୁରୂପେ ହେବ, ସେ ନେଇ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିବାକୁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ପାଣ୍ଠି ବିନିଯୋଗ ଗାଇଡଲାଇନର ଯେଭଳି ଉଲ୍ଲଂଘନ ନ ହୁଏ, ସେ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି ।

   Related Posts