ଜିଲ୍ଲାସ୍ତରୀୟ ବନମହୋତ୍ସବ, ତିନି ଜଣଙ୍କୁ ପ୍ରକୃତି ମିତ୍ର ପୁରସ୍କାର
7/07/2022 at 6:14 PM

ଦେବଗଡ : ଗୁରୁବାର ଦେବଗଡ ଡିଆଇଇଟି ସ୍କୁଲ ପରିସରରେ ୭୩ତମ ଜିଲ୍ଲା ସ୍ତରୀୟ ବନମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଡିଆଇଇଟି କନଫରେନ୍ସ ହଲରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦେବଗଡ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଦେବଗଡ ଏସପି ରାଜକିଶୋର ପାଇକରାୟ, ଡିଏଫଓ ମଗର ଧାନଜୀ ରାଓସୋ, ସିଡିଏମଓ ଡାକ୍ତର ସାଧନା ଦାଶ, ପିଡି ଡିଆରଡିଏ ଲୁକାସ ପ୍ରଧାନ, ଡିଆଇଇଟି ଅଧ୍ୟକ୍ଷା ଗୀତାଞ୍ଜଳୀ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

ଉତ୍ସବରେ ତିନି ଜଣଙ୍କୁ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଡିଆଇଇଟି ସ୍କୁଲ ପଡିଆ ଚାରିକଡରେ ବୃକ୍ଷ ରୋପଣ କରାଯାଇଥିଲା । ସେହିପରି ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ୭୩ ତମ ବନମହୋତ୍ସବ ପାଳିତ ହୋଇଯାଇଛି । ଏଥିରେ ଦେବଗଡ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ , ଏସପି ରାଜକିଶୋର ପାଇକରାୟ, ଡିଏଫଓ ମଗର ଧାନଜୀ ରାଓସୋ ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ । ଏ ନେଇ କାର୍ଯ୍ୟାଳୟ ପରିସରରେ ପୋଲିସ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରାଯାଇଥିଲା ।
