ଝାରସୁଗୁଡ଼ା ଉପନିର୍ବାଚନକୁ ନେଇ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ
30/03/2023 at 11:06 PM

ଝାରସୁଗୁଡ଼ା, ୩୦/୦୩: ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ଗତକାଲି ଠାରୁ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି। ଏ ପରିପ୍ରେକ୍ଷୀରେ ଗୁରୁବାର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ମେ ୧୦ ତାରିଖରେ ଜିଲ୍ଲାରେ କିଭଳି ସୁରୁଖୁରୁରେ ନିର୍ବାଚନ ସମ୍ପନ୍ନ ହେବ ସେନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ବୋଲି ଜିଲ୍ଲାପାଲ କହିଛନ୍ତି।
ଏହି ଉପ ନିର୍ବାଚନରେ ମୋଟ ୨ ଲକ୍ଷ ୨୧ ହଜାର ୭୩ ଜଣ ଭୋଟର ଭୋଟ ଯ ମଧ୍ୟରୁ ମହିଳା ଭୋଟର ସଂଖ୍ୟା ୭୧.୪୭ ଥିବା ବେଳେ ପୁରୁଷ ଭୋଟର ସଂଖ୍ୟା ୭୦.୩୮ ଅଛନ୍ତି। କୌଣସି ଧରଣର ଯେଭଳି ଅସାଧୁ ଭାବରେ କେହି ପ୍ରତିଦ୍ବନ୍ଦୀ ଭୋଟର ଙ୍କୁ ପ୍ରଭାବିତ କରିପାରିବ ସେନେଇ ପ୍ରଶାସନ ବ୍ୟବସ୍ଥା ଗ୍ରହଣ କରିବ ଏବଂ ମଦ, ଟଙ୍କା କିଂବା ଅନ୍ୟ ସାମଗ୍ରୀ ର ଲୋଭ ଦେଖାଇ ଯେପରି ଭୋଟର ଙ୍କୁ ପ୍ରଭାବିତ କରି ପାରିବ ନାହିଁ ସେନେଇ ମଧ୍ୟ ଏକ ସ୍କ୍ବାଡ୍ ନଜର ରଖିବେ।
ଯଦି କୌଣସି ବ୍ୟକ୍ତିଙ୍କର କୌଣସି ନିର୍ବାଚନ ସମ୍ପର୍କିତ ସମସ୍ୟା କିମ୍ବା ଅଭିଯୋଗ ଥାଏ ଏକ ଟୋଲ ଫ୍ରି ନଂ ଜାରି କରାଯିବ ଏବଂ ଯଦି ଘଟଣାର ସତ୍ୟତା ଥିବ ତେବେ ତତକ୍ଷଣାତ ଏକ ମୁଭିଙ୍ଗ ଟିମ ଘଟଣା ସ୍ଥଳ କୁ ଯାଇ ସ୍ଥିତିର ସମୀକ୍ଷା କରିବ ଏବଂ ଆବଶ୍ୟକ ସ୍ଥଳରେ କାର୍ଯ୍ୟାନୁଷ୍ଠାନ ନେବାର ବ୍ୟବସ୍ଥା କରିବ ବୋଲି ଜିଲ୍ଲାପାଳ କହିଛନ୍ତି l ଆଜିର ସାମ୍ବାଦିକ ସମ୍ମିଳନୀରେ ଝାରସୁଗୁଡା ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ l