ଗୋଚର ଯମି କଲେଜ୍ ନାଁରେ ହୋଇଥିବା ଅଭିଯୋଗ; ଜିଲ୍ଲାପାଳଙ୍କ ତଦନ୍ତ ଆରମ୍ଭ
20/12/2022 at 7:23 PM

ନିଶ୍ଚିନ୍ତକୋଇଲି ୨୦/୧୨: ଗୋଚର ଏବଂ ଶ୍ମସାନ ଯମି କଲେଜ୍ ନାଁରେ ପଟ୍ଟା ହୋଇଥିବାରୁ ସ୍ଥାନୀୟ ଲୋକମାନେ ଅସନ୍ତୋଷ ଜାହିର କରିଛନ୍ତି। ଏପରି ଘଟଣା କଟକ ଜିଲ୍ଲା ନିଶ୍ଚିନ୍ତକୋଇି ଅଞ୍ଚଳରେ ଦେଖିବାକୁ ମିଳିଛି। ନିଶ୍ଚିନ୍ତକୋଇଲି ତହସିଲ୍ ଅଧୀନ ନତକାଇ ବାଣିବିହାରରେ ଥିବା କିଛି ଯମିଏବେସ୍ଥାନୀୟ ବଲ୍ଲଭୀ ଦେବୀ ମହାବିଦ୍ୟାଳୟ ଏବଂ ବଲ୍ଲଭୀ ଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନାମରେ ନିଜସ୍ଵ ପଟ୍ଟା ହୋଇଛି। ଏହାକୁ ଅଞ୍ଚଳବାସୀମାନେ ବିରୋଧ କରି ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲଦାରଙ୍କ ପାଖେ ଅଭିଯୋଗ କରିଥିଲେ।

ସ୍ଥାନୀୟ ବେହେରା ସାହି, ମଲ୍ଲିକ ସାହି, କୁଣ୍ଡିମୁହଁ ଗାଁର ଲୋକମାନେ ଏହି ଗୋଚର ଜମିରେ ଗୋରୁଗାଈ ଚରାଇବା ସହ ସେଠାରେ ଥିବା ଶ୍ମଶାନରେ ଶବ ଦାହ କରନ୍ତି। ଏହି ଗୋଚର ଓ ଶ୍ମଶାନ ଜମି ତୁରନ୍ତ କଲେଜ ଖାତାରୁ କଟାଯାଇ ସରକାରଙ୍କ ନାଁରେ କରିବାକୁ ଗାଁ ଲୋକମାନେ ଅଭିଯୋଗରେ ଦର୍ଶାଇଛନ୍ତି। ଅଭିଯୋଗ ବିଚାରକୁ ନେଇ ମଙ୍ଗଳବାର କଟକ ଜିଲ୍ଲାପାଳ ଭବାନୀଶଙ୍କର ଚଇନି ନିଶ୍ଚିନ୍ତକୋଇଲି ତହସିଲଦାରଙ୍କ ସହ ଘଟଣାସ୍ଥଳକୁ ଆସି ତଦନ୍ତ କରିଛନ୍ତି। ଏନେଇ ସ୍ଥାନୀୟ ବଲ୍ଲଭ ଦେବୀ ମହାବିଦ୍ୟାଳୟର ଅଧ୍ୟକ୍ଷାଙ୍କୁ ପଚାରିବାରୁ ଜିଲ୍ଲାପାଳ ଯେଉଁ ପଦକ୍ଷେପ ନେବେ ତାହା ଆମେ ମାନିବୁ ବୋଲି ସେ କହିଛନ୍ତି।