କଟକ ୨୪/୦୫: ନିର୍ବାଚନ ପାଇଁ ୧୪୪ ଧାରା । କଡା ସୁରକ୍ଷା ବଳୟରେ ପୁରା କଟକ ସହର। ସେଥିପାଇଁ ଲାଗୁ ହୋଇଛି ୧୪୪ ଧାରା । ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଅରିନ୍ଦମ ଡାକୁଆ।
ମୁକ୍ତ ଓ ଅବାଧ ନିର୍ଵାଚନ ପାଇଁ ୧୪୪ଧାରା ଜାରି କରିଛନ୍ତି ଜିଲ୍ଲାପାଳ । ତେବେ ଏହି ଧାରା ଆଧାରରେ ମତଦାନ କେନ୍ଦ୍ରର ୨୦୦ମିଟର ଭିତରେ ଲୋକ ଏକାଠି ହେବାକୁ ବାରଣ କରାଯାଇଛି । ଏହାସହ ଏକାଠି ହୋଇପାରିଵେନି ୫ରୁ ଅଧିକ ଲୋକ । ମତଦାନ କେନ୍ଦ୍ରର ୧୦୦ମିଟର ଭିତରେ ଫୋନ୍ ଵ୍ୟଵହାର ଉପରେ କଟକଣା ଲାଗୁ ହୋଇଛି ।
ମତଦାନ କେନ୍ଦ୍ର ନିକଟରେ ସେଲୁଲାର, କର୍ଡଲେସ ଫୋନ୍ ବ୍ୟବହାର ଉପରେ ନିଷେଧାଦେଶ ଜାରି ହୋଇଛି । ଜିଲ୍ଲାର ୬୧୬ ଉତ୍ତେଜନା ପ୍ରଵଣ ଵୁଥରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ନିୟୋଜିତ ହେବେ । ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ।