କୋଭିଡ୍‌ ନିୟମ ଉଲଂଘନ ଅଭିଯୋଗ: ୯ଟି ଦୋକାନକୁ ସିଲ୍‌ କଲା ଜିଲ୍ଲା ପ୍ରଶାସନ

Published By : Prameya-News7 Bureau | August 25, 2020 IST

ବ୍ରହ୍ମପୁର୨୫/୮: ପଞ୍ଚସୂତ୍ରୀ ନିୟମ ଉଲଂଘନ ଅଭିଯୋଗରେ ୯ଟି ଦୋକାନାକୁ ସିଲ୍ କଲା ଜିଲ୍ଲା ପ୍ରଶାସନ। ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ରାଜ୍ୟର ଗଞ୍ଜାମ ଜିଲ୍ଲାରେ ସର୍ବାଧିକ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ଗତକାଲି ବ୍ରହ୍ମପୁରରେ କରୋନା କଟକଣା କୋହଳ ପରେ ଆଜି ପ୍ରଶାସନ ପକ୍ଷରୁ ୯ଟି ଦୋକାନକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ। କରୋନା କଟକଣା କୋହଳ ପରେ ବି କୋଭିଡ୍ ନିୟମ ମାନି ଚଳ ପ୍ରଚଳ କରିବା ଲାଗି ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଥିଲେ। ହେଲେ କିଛି ଅମାନିଆ ବ୍ୟବସାୟୀ କୋଭିଡ୍‌ କଟକଣାକୁ ଉଲଂଘନ କରି ବ୍ୟବସାୟ ଚଳାଇଥିଲେ। ଅଚାନକ ଜିଲ୍ଲା ପ୍ରଶାସନ ଚଢ଼ାଉ କରି ୯ଟି ଦୋକାନକୁ ସିଲ୍ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.