ଚିଲିକାରେ ବେଆଇନ ଘେରି ଉଚ୍ଛେଦ, ୫ ଦିନ ଚାଲିବ ଉଚ୍ଛେଦ କାର୍ଯ୍ୟ

Published By : Prameya-News7 Bureau | December 12, 2023 IST

ଟାଙ୍ଗୀ ୧୨।୧୨: ଚିଲିକାରେ କେତେକ ମତ୍ସ୍ୟଜୀବୀ ଓ ଅଣ-ମତ୍ସ୍ୟଜୀବୀମାନେ ବେଆଇନ ଘେରାବନ୍ଦୀ କରି ମାଛ ଚାଷ ଓ ଚିଙ୍ଗୁଡ଼ି ଚାଷ କରୁଥିଲେ । ଚିଲିକା ଘେରିମୟ ଥିବା ନେଇ ବିଭିନ୍ନ ସମୟରେ ମତ୍ସ୍ୟଜୀବୀ ସଂଗଠନମାନେ ଅଭିଯୋଗ କରିବା ସହିତ ଘେରିମୟ ଚିଲିକାକୁ ଘେରିମୁକ୍ତ କରିବା ପାଇଁ ଦାବି କରି ଆସୁଥିଲେ । ମତ୍ସ୍ୟଜୀବୀମାନଙ୍କ ଅଭିଯୋଗ ଓ ଦାବି ଏବଂ ହାଇକୋର୍ଟଙ୍କ ନିର୍ଦ୍ଦେଶ ମତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ପ୍ରଶାସନ ସହଯୋଗରେ ଚିଲିକାରୁ ଏହି ବେଆଇନ ଘେରାବନ୍ଦୀ ଉଚ୍ଛେଦ କରାଯାଉଛି ।

{"id":882055,"sizeSlug":"full","linkDestination":"none"}

ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ନିକଟସ୍ଥ ସୁନ୍ଦରପୁର, ଭୁଷଣ୍ଡପୁର, ବାଲିପାଟପୁର, ମଙ୍ଗଳାଯୋଡି ଚିଲିକା କୂଳ ନିକଟରେ ଥିବା ଚିଲିକା ମଧ୍ୟରୁ ଏହି ଘେରାବନ୍ଦୀ ଉଚ୍ଛେଦ କରାଯାଉଛି । ଦୀର୍ଘ ୫ ଦିନ ଧରି ଏଭଳି ଉଚ୍ଛେଦ କାର୍ଯ୍ୟ ହେବ ଏବଂ ଉଚ୍ଛେଦ ବେଳେ ଜବତ ହେଉଥିବା ମାଛଧରା-ଚିଙ୍ଗୁଡି ଧରା ଜାଲ, ମାଛ ଚାଷ ଓ ଚିଙ୍ଗୁଡ଼ି ଚାଷରେ ବ୍ୟବହୃତ ଜାଲ, ତା'ସାଙ୍ଗକୁ ଜିରୋ-ନେଟ୍ ସବୁ ଉଚ୍ଛେଦ କରାଯାଉଛି । ଟନ୍-ଟନ୍ ଜାଲ ଜବତ କରାଯାଇଛି ବୋଲି ଟାଙ୍ଗୀ ଅତିରିକ୍ତ ତହସିଲଦାର ନିହାର ବେହେରା ଓ ଭୁଷଣ୍ଡପୁର ରାଜସ୍ୱ ନିରୀକ୍ଷକ କୈଳାଶ ଚନ୍ଦ୍ର ଦଳାଇ ସୂଚନା ଦେବା ସହିତ ଏହାର ମନିଟରିଂ କରୁଛନ୍ତି ।

You Can Read :

wp:embed {"url":"https://www.prameyanews7.com/critical-girl-died-in-narendrapur-of-cuttack-district/","type":"wp-embed","providerNameSlug":"prameya-news-7"}
https://www.prameyanews7.com/critical-girl-died-in-narendrapur-of-cuttack-district/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.