ମାଲକାନଗିରି ୧୯୦।୧୦ ନ୍ୟୁଜ୍ ସେଭେନ୍ ପ୍ରଭାବ । ଖବର ପ୍ରସାରଣର ୧୨ ଘଣ୍ଟା ଭିତରେ ରେ।ଗୀଙ୍କୁ ସହାୟତାର ହାତ ବଢାଇଛି ପ୍ରଶାସନ । ଗତ କାଲି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସର୍ଗୀଗୁଡା ଗାଁର ଦିବ୍ୟାଙ୍ଗ ଯୁବତୀ ଚମ୍ପା କଲାକରାଙ୍କ ସମ୍ପର୍କରେ ନ୍ୟୁଜ୍ 7 ରେ ଖବର ପ୍ରସାରଣ କରାଯାଇଥିଲା । ଆଉ ଖବର ପ୍ରସାରଣ ପରେ ଜିଲ୍ଲାପାଳଙ୍କ ନିର୍ଦେଶରେ ସ୍ବାସ୍ଥ୍ୟ ବିଭାଗ ଚମ୍ପାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି ।
{"id":171831}ଚମ୍ପାଙ୍କ ଚିକିତ୍ସା ଆରମ୍ଭ ହୋଇଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମେଡିକାଲକୁ ଯାଇ ଯୁବତୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ଉନ୍ନତ ମାନର ଚିକିତ୍ସା ଲାଗି ଚମ୍ପାକୁ ଭୁବନେଶ୍ବର ଏମସକୁ ପଠାଯିବ । ଯାହାର ସମସ୍ତ ଖର୍ଚ୍ଚ ସ୍ବାସ୍ଥ୍ୟ ବିଭାଗ ବହନ କରିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ।ଚମ୍ପାଙ୍କ ବୟସ ୨୪ । ସେ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିବା ବେଳେ ଅଚାନକ ଦିବ୍ୟାଙ୍ଗ ପାଲଟିଯାଇଥିଲେ । ୧୩ ବର୍ଷ ହେଲା ବିଛଣାରେ ପଡି ରହିଥିଲେ ଚମ୍ପା । ଚିକିତ୍ସା ସୁବିଧା ମିଳି ନଥିଲା । ମାତ୍ର ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ଚିକିତ୍ସା ପାଇଁ ସହାୟତାର ହାତ ବଢାଇଛି ।