କେରଳରୁ ଫେରିଥିବା ୫୪ ଯାତ୍ରୀଙ୍କୁ ଯାଞ୍ଚ, କରୋନା ଲକ୍ଷଣ ନାହିଁ ତଥାପି ଆଇସୋଲେସନକୁ ଯିବାକୁ ପ୍ରଶାସନ ଦେଲା ପରାମର୍ଶ

Published By : Prameya-News7 Bureau | March 21, 2020 IST

ସୋର ୨୧।୩: କେରଳରୁ ବସ୍ ରିଜର୍ଭ କରି ଫେରୁଥିବା ୫୪ ଯାତ୍ରୀଙ୍କୁ ଜାମୁଝାଡିଠାରେ ଅଟକାଇ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିଛନ୍ତି ଜିଲ୍ଲା ପ୍ରଶାସନର ବିଭିନ୍ନ ଅଧିକାରୀ । କେରଳରୁ ଫେରିଥିବା ୫୪ ଜଣଙ୍କୁ ପ୍ରଶାସନ ପକ୍ଷରୁ ଯାଞ୍ଚ କରି ଆଇସୋଲେସନରେ ଯିବାକୁ ପରାମର୍ଶ ଦିଆଯାଇଛି । ତେବେ ଯାଞ୍ଚ ପରେ ସେମାନଙ୍କଠାରେ କରୋନା ଭାଇରସ୍ ର କୌଣସି ଲକ୍ଷଣ ନଥିବା ଜଣାପଡିଛି ।

{"id":241781,"sizeSlug":"large"}

କେରଳରେ ବେସରକାରୀ ସଂସ୍ଥାରେ କାର୍ଯ୍ୟ କରୁଥିବା ବାଲେଶ୍ଵର ବାହାନଗା ଅଞ୍ଚଳର ବିଭିନ୍ନ ପରିବାରର ୫୪ ସଦସ୍ୟ ଏକ ବସ୍ ରିଜର୍ଭ କରି ବାଲେଶ୍ଵର ଫେରୁଥିବା ନେଇ ଶୁକ୍ରବାର ରାତିରେ ବାଲେଶ୍ଵର ଜିଲ୍ଲା ପ୍ରଶାସନ ଖବରପାଇଥିଲା । ଏହାପରେ ୧୬ନଂ ଜାତୀୟ ରାଜପଥର ଜାମୁଝାଡିଠାରେ ବସକୁ ଆରଟିଓ ଏବଂ ପୋଲିସ ଅଟକ ରଖିଥିଲେ ।

{"id":241782,"sizeSlug":"large"}

ଏହାପରେ ସିମୁଳିଆ ମେଡିକାଲର ଡାକ୍ତର ବସରେ ଥିବା ସମସ୍ତ ଯାତ୍ରୀଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ତେବେ ସେମାନଙ୍କ ନିକଟରେ କରୋନା ଭାଇରସ୍ ର କୌଣସି ଲକ୍ଷଣ ଦେଖିବାକୁ ମିଳିନଥିଲା । ସମସ୍ତଙ୍କୁ ୧୪ ଦିନ ଆଇସୋଲେସନରେ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.