ଜିଲ୍ଲା ମାନ୍ୟତା ଦାବି: ଗୁରୁବାର ୧୨ ଘଣ୍ଟିଆ ଟିଟିଲାଗଡ଼ ବନ୍ଦ କରିବ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି

Published By : Prameya-News7 Bureau | November 23, 2022 IST

ଟିଟିଲାଗଡ଼ ୨୩/୧୧: ତେଜୁଛି ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବିରେ  ଆନ୍ଦୋଳନ। ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ମୁଣ୍ଡ ଟେକିଛି ଟିଟିଲାଗଡ଼ ଜିଲ୍ଲା ଦାବି। ଏହାମଧ୍ୟରେ ଟିଟିଲାଗଡ଼ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଆସନ୍ତା କାଲି ବା ଗୁରୁବାର ୧୨ ଘଣ୍ଟିଆ ଟିଟିଲାଗଡ଼ ବନ୍ଦ କରିବ। ବହୁ ଦିନରୁ ଦାବି ହୋଇଆସୁଥିବା ଟିଟିଲାଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ଯତା ଦାବୀରେ ଆସନ୍ତା କାଲି ଟିଟିଲାଗଡ଼ ସହର ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯନ୍ତ ସଂପୂର୍ଣ୍ଣ ବନ୍ଦ ରହିବ ବୋଲି ଜିଲ୍ଲା କ୍ରିୟାନୁଷ୍ଠାନ କମି ନିଷ୍ପତ୍ତି ନେଇଛି। ଟିଟିଲାଗଡ଼ ସହର ସାଙ୍ଗକୁ ସଇଁନ୍ତଲା ବ୍ଲକ ମଧ୍ୟ କାଲି ବନ୍ଦ ହେବ।

ଏହି ବନ୍ଦରେ ଟିଟିଲାଗଡ଼ ସହରର ସମସ୍ତ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ସାଙ୍ଗକୁ ବଣିକ ସଂଘ ସାମିଲ ହେବେ। କେବଳ ଜରୁରୀକାଳୀନ ସେବାକୁ ଛାଡ଼ି ଅନ୍ୟ ସମସ୍ତ ଦୋକାନ ବଜାର, ସ୍କୁଲ, କଲେଜ ସାଙ୍ଗକୁ ବସ ସେବାକୁ ବନ୍ଦ କରିବା ସହ ଯଦି ଜରୁରୀ ପଡେ ତାହେଲେ ରେଳ ରୋକ ମଧ୍ୟ କରାଯିବ ବୋଲି କ୍ରିୟାନୁଷ୍ଠାନ କମିଟି ସଭାପତି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.