ସୁଭଦ୍ରାଙ୍କ ପାଇଁ ବଢିଲା ସହାୟତାର ହାତ, ଶିଶୁ ମଙ୍ଗଳ ଯୋଜନାରେ ପ୍ରତି ମାସରେ ମିଳିବ ୨୦୦୦ ଟଙ୍କା
19/08/2022 at 10:52 PM

ବାଲେଶ୍ୱର: ବାଲେଶ୍ୱର ରେମୁଣାର ଅସହାୟ ଝିଅ ସୁଭଦ୍ରା ପଣ୍ଡାଙ୍କୁ ପାଇଁ ବଢିଲା ସହାୟତାର ହାତ। ସୁଭଦ୍ରା ପଣ୍ଡାଙ୍କୁ ନେଇ ନୁଜ୍ୟ ୭ରେ ଖବର ପ୍ରସାରଣ ହେବା ପରେ ବିଭିନ୍ନ ମହଲରୁ ସାହାଯ୍ୟର ହତା ବଢୁଛି । ଦଶମ ଶ୍ରେଣୀ ଛାତ୍ରୀ ସୁଭଦ୍ରା ପଣ୍ଡାଙ୍କୁ ପ୍ରତି ମାସରେ ୨୦୦୦ ହଜାର ଟଙ୍କାର ସହାୟତା ମିଳିବ। ଶିଶୁ ମଙ୍ଗଳ ଯୋଜନାରେ ସହାୟତା ଦେବେ ରାଜ୍ୟ ସରକାର । ରେମୁଣା ବିଡିଓ ଛବିରାଣୀ ସାହୁ ଏନେଇ ନ୍ୟୁଜ ୭କୁ ସୂଚନା ଦେଇଛନ୍ତି।
ଏଥି ସହ ତାଙ୍କୁ ପକ୍କା ଘର ସହ ଜିଲ୍ଲା ରେଡ କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ମଞ୍ଜୁର କରାଯାଇଛି । ଏହାସହ ରାଜ୍ୟର କିଛି ସ୍ୱେଚ୍ଛାସେବୀ ଏବଂ ସହ ହୃଦୟ ବ୍ୟକ୍ତି ସୁଭଦ୍ରାଙ୍କ ପଢା ଖର୍ଚ୍ଚ ବହନ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।
ବାଲେଶ୍ୱରର ସୁଭଦ୍ରା ପଣ୍ଡାଙ୍କ ସଂଘର୍ଷମୟ ଜୀବନକୁ ନେଇ ଖବର ପ୍ରସାରିତ ହୋଇଥିଲା । ଦଶମ ଶ୍ରେଣୀର ସୁଭଦ୍ରା ପଣ୍ଡା ବହୁ କଷ୍ଟରେ ଜୀବନ ବିତାଉଥିବା ବେଳେ ସାହାଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ।