vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ୟୁକ୍ରେନରେ ଋଷର ଘନଘନ ଆକ୍ରମଣ, ଲୁହାଂସ୍କକୁ କବଜା କଲା ପୁଟିନ ସେନା
  • ||
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

ପରିବହନ ବିଲ୍‌ କରାଇଦେବା ପାଇଁ ମାଗୁଥିଲେ ୨ ଲକ୍ଷ ଲାଞ୍ଚ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟକୁ ଧରିଲା ଭିଜିଲାନ୍ସ

23/06/2022 at 10:55 PM

ନବରଙ୍ଗପୁର, ୨୩/୦୬: ନବରଙ୍ଗପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର Accountant- cum-programmer ବିକାଶ ସାନା MDM bill କରିବା ପାଇଁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ବିଲ କରିବା ପାଇଁ ସେ ଦୁଇ ଲକ୍ଷ ଟଙ୍କା ଦାବି କରିଥିଲେ । ସରକାରଙ୍କ ଦ୍ଵାରା ବିଭିନ୍ନ ସ୍କୁଲକୁ ଯୋଗାଣ କରାଯାଉଥିବା ମଧ୍ୟାହ୍ନ ଭୋଜନ ଚାଉଳର ପରିବହନ କରାଯାଇଥିବା ବିଲ କରିବା ପାଇଁ ଏହି ଲାଞ୍ଚ ସେ ନେଉଥିଲେ । ମଧ୍ୟାହ୍ନ ଭୋଜନ ଯୋଗାଇବା ପାଇଁ ଟେଣ୍ଡର ନେଇଥିବା ପରିବହନ କଣ୍ଟ୍ରାକ୍ଟର ମୋହନ ଚୌରାସିଆଙ୍କ ପ୍ରତିନିଧିଙ୍କୁ ଅଭିଯୁକ୍ତ ବିକାଶ ସାନା ଦୁଇ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବାବେଳେ ଆଜି ଏକ ଲକ୍ଷ ଟଙ୍କା ଦେବାକୁ ସ୍ଥିର କରି ଅଫିସରେ ଟଙ୍କା ଦେବା ସମୟରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ସମ୍ପୃକ୍ତ କର୍ମଚାରୀଙ୍କୁ ଧରିଥିଲେ । ଏହାପରେ ତାଙ୍କ ଉମରକୋଟ ବାସଭବନ ଏବଂ ନବରଙ୍ଗପୁର ଭଡ଼ା ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି ।

   Related Posts