scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆଡ଼ପ ଅବଢା ନେଇ ଶ୍ରଦ୍ଧାଳୁଙ୍କ ମନ ଉଣା: ସ୍ଵାଦରେ କିଛି କମି ରହିବାର ଅନୁଭବ, କୂଅ ଜଳ ବିଶୋଧନରେ ତ୍ରୁଟିକୁ ଦାୟୀ କଲେ ସେବାୟତ  

28/06/2023 at 10:00 PM

ଭୁବନେଶ୍ବର: ଜନ୍ମବେଦୀରେ ଲୀଳା ଖେଳା ସାରି ରତ୍ନ ବେଦୀକୁ ବାହୁଡ଼ିଲେ ଚତୁର୍ଦ୍ଧାମୂର୍ତ୍ତି। ଘୋଷ ଯାତ୍ରାରେ ଜନ୍ମ ବେଦୀରେ ରହିଲେ, ଆଉ ଆଡପ ଅବଢା ବି ବାହାରିଲା ଠାକୁରଙ୍କ ରହଣୀ କାଳରେ । ଜନ୍ମ ବେଦୀରେ ଠାକୁରଙ୍କୁ ଦର୍ଶନ ମହାପୂଣ୍ୟ ଓ ଆଡପ ଅବଢା ପାଇବା ବି ବଡ ସୌଭାଗ୍ୟ । କିନ୍ତୁ ଚଳିତ ଥର ଅନେକ ଶ୍ରଦ୍ଧାଳୁ ଟିକେ ମନ ଉଣା କଲେ । କାରଣଟି ହେଲା ଏଥର ଆଡପ ଅବଢାରେ ମନ ପୂରିଲାନି । କିଛି ତ୍ରୁଟି ନେଇ ସେମାନେ ରଖିଛନ୍ତି ମତ । ତାହା ହେଲା , ଶୀଘ୍ର ଖରାପ ହୋଇଯାଉଥିଲା ଆଡ଼ପ ଅବଢ଼ା। ଚଳିତ ରଥଯାତ୍ରା ଅବସରରେ ବିଭିନ୍ନ   ଘଟଣାକୁ ନେଇ ଚର୍ଚ୍ଚା ଭିତରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ପ୍ରସ୍ତୁତ ଆଡ଼ପ ଅବଢ଼ାକୁ ନେଇ ଉଠିଛି ପ୍ରଶ୍ନ।

ଆଜିଠୁ ଆଡ଼ପ ମଣ୍ଡପରେ ଦର୍ଶନ ଦେବେ ଶ୍ରୀଜିଉ: ଆଜି ବାହାରିବ ଆଡ଼ପ ଅବଢା | Rath Yatra  2023: Adapa Abhada will Available Today - Odia Oneindia

ଶ୍ରଦ୍ଧାଳୁଙ୍କ ମନରେ ପ୍ରଶ୍ନ ପୂର୍ବର ଆଡ଼ପ ଅବଢ଼ାର ସ୍ୱାଦ ଚଳିତ ଥର ନଥିଲା। କେତେକ ବ୍ୟଞ୍ଜନ ରନ୍ଧା ହୋଇ ବାହାରିବା ପରେ ପରେ ଖରାପ ହୋଇ ଯାଉଥିବାର ଅଭିଯୋଗ ଆସିଛି। ଗତ ସୋମବାର ଅପରାହ୍ନରେ ବାହାରିଥିବା ଡାଲମା ଖୁବ ଶୀଘ୍ର ଖରାପ ହୋଇଯାଇଥିଲା। ଶ୍ରଦ୍ଧାଳୁଙ୍କ ସହିତ ସ୍ୱର ମିଳାଇଛନ୍ତି କେତେକ ସେବାୟତ। ଏହାର ପ୍ରମୂଖ କାରଣ ଭାବେ ଆଡପ ଅବଢା ପ୍ରସ୍ତୁତିରେ ବ୍ୟବହୃତ କୂଅ ପାଣିକୁ ଦାୟୀ କରିଛନ୍ତି ସେବାୟତ। ପ୍ରଶାସନର କାର୍ଯ୍ୟଧାରାକୁ ବି ଏଥିପାଇଁ ଦାୟୀ କରାଯାଇଛି।

Rath Yatra 2023: ଜନ୍ମବେଦୀରେ ତିନି ଠାକୁର, ଆଜିଠୁ ଭକ୍ତଙ୍କୁ ମିଳିବ ଆଡ଼ପ ଅବଢା

 କିଛି ସେବାୟତ ତଥା ଶ୍ରଦ୍ଧାଳୁଙ୍କ ଅଭିଯୋଗ ଅନୁଯାୟୀ ଚଳିତ ଥର ଗୁଣ୍ଡିଚା ମନ୍ଦିର କୂଅକୁ ଉପଯୁକ୍ତ ପଦ୍ଧତିରେ ବିଶୋଧନ କରାଯାଇ ନାହିଁ। ସେବାୟତଙ୍କ ଅନୁଯାୟୀ ଏହି ପୂଣ୍ୟତୟା ପବିତ୍ର କୂଅର ବିଶୋଧନ ମାସକ ପୂର୍ବରୁ ଆରମ୍ଭ ହୁଏ। ଗୁଣ୍ଡିଚା ସମୟକୁ ଛାଡ଼ି ବର୍ଷ ତମାମ ଏହି କୂଅର ପାଣି ଅବ୍ୟବହୃତ ହୋଇ ରହେ। ତେଣୁ ମାସକ ପୂର୍ବରୁ ଏହି କୂଅକୁ  ସଫା କରାଯାଇ ସେଥିରେ ଚୁନ ପକାଯାଏ। ଏହାର କିଛି ଦିନ ଅନ୍ତରରେ ସେଥିରେ ଲୁଣ ଓ ଶେଷରେ ବ୍ଲିଚିଂ ପାଉଡର ପକାଯାଇଥାଏ। ତେବେ ଚଳିତ ଥର ଏହି ପ୍ରକ୍ରିୟା ଅନୁସରଣ ହୋଇନଥିବା ସେବାୟତ କହିଛନ୍ତି।

Mukesh Kumar Sahu (@Anchor_Mukesh) / Twitter

ତେବେ ଚଳିତ ବର୍ଷ ଉପଯୁକ୍ତ ବିଶୋଧନ ଓ ପାରମ୍ପରିକ ପ୍ରକ୍ରିୟା ଅନୁସରଣ ହୋଇନଥିବାରୁ କୂଅ ପାଣି ଯଥାର୍ଥ ଭାବେ ବିଶୋଧିତ ହୋଇ ନଥିବା ଆଶଙ୍କା କରାଯାଇଛି । ଏଥି ଲାଗି ଆଡ଼ପ ଅବଢ଼ାର ମାନ କମୁଥିବା କଥା କେତେକ ସେବାୟତ ଖୋଲାଖୋଲି କହିଛନ୍ତି। ସେପଟେ ଶ୍ରଦ୍ଧାଳୁଙ୍କର  ମଧ୍ୟ ମନ ଉଣା । କାରଣ ଆଡପ ଅବଢ଼ାର ସ୍ୱାଦ ପୂର୍ବ ଭଳି ନାହିଁ ଯାହା ସେମାନଙ୍କୁ ବ୍ୟଥିତ କରିଛି।

ଏ ଖବର ପଢନ୍ତୁ- ଭକ୍ତଙ୍କ ଭାବାବେଗ ସହ ଖେଳ ! ମହାପ୍ରଭୁଙ୍କ ଅବଢା ନାଁରେ ବିକିଲେ ନକଲି ପ୍ରସାଦ

   Related Posts