ପାଇପ୍‌ ରଖିବା ବେଳେ ଅଘଟଣ; ଲୁହା ପାଇପ୍‌ ପଡ଼ି ଶ୍ରମିକ ଗୁରୁତର

Published By : Prameya-News7 Bureau | November 04, 2022 IST

ଆନନ୍ଦପୁର ୦୪/୧୧: ଗାଡ଼ିରେ ପାଇପ୍ ଲୋଡ୍ ସମୟରେ ଲୁହା ପାଇପ୍ ପଡି ଜଣେ ଶ୍ରମିକ ଗୁରୁତର। ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ ବଳରାମପୂର ଗାଁରେ ଏପରି ଘଟଣା ଦେଖିବାକୁ ମିଳିଛି। ଖବର ଅନୁସାରେ, ପାନୀୟ ଜଳ ଯୋଗାଣ ପାଇଁ ସେଠାରେ ମେଘା ନାମକ ଠିକା ସଂସ୍ଥା କାମ କରୁଥିଲା। କାମ ବେଳେ ଗାଡ଼ିରେ ପାଇପ୍ ଲୋଡ୍ ହେବା ବେଳେ ଲୁହା ପାଇପ୍ ଖସିବାରୁ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି। ଶ୍ରମିକଙ୍କ ପରିଚୟ ଶୁକଦେବ ସାହୁ। ତାଙ୍କୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଆହତ ଶ୍ରମିକଙ୍କ ଉନ୍ନତ ଚିକିତ୍ସା ପାଇଁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଠିକା ସଂସ୍ଥାର ଦାୟିତ୍ଵହୀନତା ପାଇଁ ଏଭଳି ହୋଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.