ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ବାଟ ସଫା, ମୁସଲିମ୍ ପକ୍ଷଙ୍କୁ ଅନ୍ୟତ୍ର ମିଳିବ ସ୍ଥାନ

Published By : Prameya-News7 Bureau | November 09, 2019 IST

ନୂଆଦିଲ୍ଲୀ ୯।୧୧: ଦେଶର ସର୍ବପୁରାତନ ଏବଂ ବହୁତ ସମ୍ବେଦନଶୀଳ ଅଯୋଧ୍ୟା ମାମଲାରେ ଆଜି ସୁପ୍ରିମକୋର୍ଟରୁ ରାୟ ପ୍ରକାଶ ପାଇଛି । ସୁପ୍ରିମକୋର୍ଟଙ୍କ ୫ଜଣିଆ ଖଣ୍ଡପୀଠ ରାୟ ଶୁଣାଇଛନ୍ତି । ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ବାଟ ସଫା ହୋଇଛି ।

ମୁସଲିମ୍ ପକ୍ଷଙ୍କୁ ଅନ୍ୟତ୍ର ଜାଗା ଦେବା ପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୁସମିଲ୍ ପକ୍ଷଙ୍କୁ ବିକଳ୍ପ ଜାଗା ଦେବାକୁ କହିଛନ୍ତି ସୁପ୍ରିମକୋର୍ଟ । ସୁନ୍ନି ଓ୍ବାକଫ ବୋର୍ଡକୁ ୫ ଏକର ଜମି ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଯୋଧ୍ୟାର ଏକ ପ୍ରମୁଖ ସ୍ଥାନରେ ୫ ଏକର ଜମି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅଯୋଧ୍ୟାର ଏକ ପ୍ରମୁଖ ସ୍ଥାନରେ ୫ ଏକର ଜମି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ୫ ଏକର ଜମି ସହ ମସଜିଦ୍ ନିର୍ମାଣରେ ସହାୟତା ପାଇଁ କେନ୍ଦ୍ର ସରକାର ଏବଂ ୟୁପି ସରକାରଙ୍କୁ ନିର୍ଦ୍ଦେଶ ଦେଲେ କୋର୍ଟ ।

ରାମ ଲାଲାଙ୍କ ଦାବିକୁ ଗ୍ରହଣ କଲେ କୋର୍ଟ । ବିବାଦୀୟ ଜମିକୁ ରାମ ଜନ୍ମଭୂମି ନ୍ୟାସକୁ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ତିଆରି ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜମିର ମାଲିକାନା ସ୍ବତ୍ତ୍ବ ଟ୍ରଷ୍ଟକୁ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ୩ମାସ ମଧ୍ୟରେ ଟ୍ରଷ୍ଟ ତିଆରି କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ର ଚାହିଁଲେ ଟ୍ରଷ୍ଟରେ ନିର୍ମୋହି ଆଖଡା ପ୍ରତିନିଧି ରହିପାରିବ । କୋର୍ଟଙ୍କ ରାୟ ପରେ ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ରାସ୍ତା ସଫା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.