କାଲିଫର୍ଣ୍ଣିୟା ୫।୩: ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (ଟ୍ୱିଟର)ର ପୂର୍ବତନ ସିଇଓ ପରାଗ ଅଗ୍ରୱାଲ ଓ ଅନେକ ପୂର୍ବତନ ଶୀର୍ଷ ଅଧିକାରୀମାନେ ଏଲନ ମସ୍କଙ୍କ ବିରୋଧରେ ମୋକଦ୍ଦମା କରିଛନ୍ତି। ଗଣମାଧ୍ୟମ ରିପୋର୍ଟରେ ଏହି ଦାବି କରାଯାଉଛି। ଚାକିରୀରୁ ଛଟେଇ ପରେ କ୍ଷତିପୂରଣ ରୂପେ ଦିଆଯାଉଥିବା ବେତନକୁ ନେଇ ଏହି ବିବାଦ ଉପୁଜିଛି। ପରାଗ ଅଗ୍ରୱାଲଙ୍କ ବ୍ୟତୀତ ଯେଉଁମାନେ ଏପରି ମୋକଦ୍ଦମା କରିଛନ୍ତି ସେମାନଙ୍କ ମଧ୍ୟରେ ଟ୍ୱିଟରର ପୂର୍ବତନ ସିଏଫଓ ନେଡ ସିଗଲ, ପୂର୍ବତନ ଲିଗାଲ ଅଫିସର ବିଜୟା ଗଡ୍ଡେ, ପୂର୍ବତନ ଜେନେରାଲ କାଉଁସେଲ ସିନ୍ ଏଜେଟ୍ ପ୍ରମୁଖ ଅଛନ୍ତି।
ଗଣମାଧ୍ୟମ ରିପୋର୍ଟ ଅନୁସାରେ ପରାଗ ଅଗ୍ରୱାଲଙ୍କ ସମେତ ୪ ଅଧିକାରୀ ଏଲନ ମସ୍କଙ୍କ ବିରୋଧରେ ୧୨.୮ କୋଟି ଡଲାରର ସେଭେରେନ୍ସ ସାଲାରୀ (ଚାକିରୀରୁ ଛଟେଇ କରାଯିବା ପରିସ୍ଥିତିରେ ମିଳୁଥିବା କ୍ଷତିପୂରଣ) ମିଳି ନଥିବା ଅଭିଯୋଗ କରିଛନ୍ତି। ଏହି ଅଧିକାରୀମାନଙ୍କୁ ଏଲନ ମସ୍କଙ୍କ ଦ୍ୱାରା ଟ୍ୱିଟର ଅଧିଗ୍ରହଣ ପରେ ଚାକିରୀରୁ ବାହାର କରିଦିଆଯାଇଥିଲା। ଅଧିକାରୀଙ୍କ ବିରୋଧରେ ମସ୍କ କାମରେ ଅବହେଳା କରିବା ଓ ଦୁର୍ବ୍ୟବହାର ଅଭିଯୋଗ କରିଥିଲେ। ତେବେ ଅଧିକାରୀମାନେ ତାଙ୍କର ଏପରି ଅଭିଯୋଗକୁ ଅସ୍ୱୀକାର କରିଥିଲେ।
{"id":917321,"sizeSlug":"full","linkDestination":"none"}ଅଧିକାରୀମାନେ ଏଲନ ମସ୍କଙ୍କ ବିରୋଧରେ କାଲିଫର୍ଣ୍ଣିୟାର ୟୁଏସ୍ ଡିଷ୍ଟ୍ରିକ୍ଟ କୋର୍ଟରେ ମୋକଦ୍ଦମା କରିଛନ୍ତି। ଏଥିରେ ସେମାନେ ଦାବି କରିଛନ୍ତି ଯେ ଟ୍ୱିଟରର ପୂର୍ବତନ ଶୀର୍ଷ ଅଧିକାରୀମାନେ କଣ୍ଟ୍ରାକ୍ଟରେ ସେମାନଙ୍କୁ ଚାକିରୀରୁ ବାହାର କରିବା ପରେ ସେଭେରେନ୍ସ ସାଲାରୀ ଦେବାର କଥା ଥିଲା। ଏଣୁ ଟ୍ୱିଟରରୁ ସେମାନଙ୍କୁ ବାହାର କରାଯିବା କାଳରେ ସେଭେରେନସ୍ ସାଲାରୀ ମିଳିବା କଥା। ଏଥିରେ ପରାଗ ଅଗ୍ରୱାଲଙ୍କୁ ୬ କୋଟି ଡଲାର ମିଳିବାକୁ ଥିବା ବେଳେ ସିଗଲଙ୍କୁ ୪.୬ କୋଟି ଡଲାର ଓ ଗଡ୍ଡେଙ୍କୁ ୨.୧ କୋଟି ଡଲାର ମିଳିବାର ଥିଲା।
ଟ୍ୱିଟରର ହୋଇଥିବା ଯାଞ୍ଚ କାଳରେ ଲିଗାଲ ଫି ପୈଠ ନିମନ୍ତେ ପରାଗ ଅଗ୍ରୱାଲଙ୍କ ସମେତ ଅନ୍ୟ ଅନ୍ୟ ଅଧିକାରୀମାନେ ଏଲନ ମସ୍କଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରିଥିଲେ। ଯେଉଁଥିରେ ଗତ ଅକ୍ଟୋବର ମାସରେ କୋର୍ଟ ଟ୍ୱିଟରର ପୂର୍ବତନ ଅଧିକାରୀମାନଙ୍କୁ ୧୧ ଲକ୍ଷ ଡଲାର ପୈଠ କରିବାକୁ ନିର୍ଦ୍ଦେଶ ଦେଇଥିଲେ।