ଡାମାସକସ୍: ଯୁଦ୍ଧବିଧ୍ୱଂସ୍ତ ସିରିଆରେ ଶାସକଙ୍କ ପାରିବାରିକ ବିବାଦ ଏବେ ପଦାରେ ପଡିଛି। ଦେଶର ଧନାଢ୍ୟ ବ୍ୟବସାୟୀ ତଥା ମାତୁଳ ସମ୍ପର୍କିୟ ଭାଇ ରାମି ମଖଲୁଫ୍ ରାଷ୍ଟ୍ରପତି ବସର ଅଲ-ଅସାଦଙ୍କ ବିରୋଧରେ ମୁହଁ ଖୋଲିଛନ୍ତି। ମଖଲୁଫ୍ଙ୍କର ବିଶାଳ ବ୍ୟବସାୟିକ ସାମ୍ରାଜ୍ୟ ରହିଛି। ଟେଲିକମରୁ ଆରମ୍ଭ କରି ତୈଳ କ୍ଷେତ୍ର ପର୍ଯ୍ୟନ୍ତ ବ୍ୟାପ୍ତ ଏହି ବ୍ୟବସାୟ ସାମ୍ରାଜ୍ୟର ସିରିଆ ସରକାର କେବଳ ଟେଲିକମ ସେକ୍ଟର ଲାଗି ମଖଲୁଫ୍ଙ୍କ କମ୍ପାନୀକୁ ୧୪୪ ମିଲିୟନ ପାଉଣ୍ଡ ଶୁଳ୍କ ପୈଠଲାଗି ନୋଟିସ୍ ଜାରି କରିଛନ୍ତି। ଶୁଳ୍କ ପୈଠ ହୋଇ ପାରୁନଥିବାରୁ ସରକାରୀ ସେନା ଏବେ କମ୍ପାନୀର କର୍ମଚାରୀଙ୍କୁ ଯେଉଁଠୁସେଇଠୁ ଗିରଫ କରିବାରେ ଲାଗିଥିବା ମକଲୁଫ୍ ଅଭିଯୋଗ କରିଛନ୍ତି।
{"id":264541,"sizeSlug":"large"}ମଖଲୁଫ ସିରିୟାର ସବୁଠୁ ବିତ୍ତଶାଳୀ ବ୍ୟବସାୟୀ ଭାବେ ଦେଶରେ ବେଶ୍ ଜଣାଶୁଣା। ୨୦୧୧ ମସିହାରୁ ସିରିଆରେ ଜାରି ଅରାଜକତା ଓ ଗୃହଯୁଦ୍ଧରେ ମଖଲୁଫ ଓ ତାଙ୍କ ବ୍ୟବସାୟୀକ ସାମ୍ରାଜ୍ୟ ସିରିଆ ସରକାରଙ୍କୁ ସମର୍ଥନ କରିଆସିଛି। ହେଲେ ସରକାର ଯେଉଁପରି ଚାପ ପକାଉଛନ୍ତି ତାହା ଆଦୌ ଗ୍ରହଣୀୟ ନୁହେଁ ବୋଲି ମଖଲୁଫ କହିଛନ୍ତି। ଏ ନେଇ ସେ ରବିବାର ତାଙ୍କ ସୋସିଆଲ ମିଡିଆ ପେଜ୍ରେ ଏକ ଭିଡିଓ ପୋଷ୍ଟ କରି ସରକାରଙ୍କ ନୀତିକୁ ବିରୋଧ ମଧ୍ୟ କରିଛନ୍ତି।
{"id":264542,"sizeSlug":"large"}କେବଳ ଏତିକି ନୁହେଁ ମଖଲୁଫଙ୍କୁ ସେ ଚଳାଉଥିବା କମ୍ପାନୀର ପଦପଦବୀରୁ ଓହରି ଯିବାକୁ ମଧ୍ୟ ସରକାର ଧମକାଉଥିବା ସେ ଅଭିଯୋଗ କରିଛନ୍ତି। ସିରିଆର ମୁଖ୍ୟ ରାଜସ୍ୱ ଆୟ ଏବେ ସିରିଆଟେଲ। ଏହି ଟେଲିକମ କମ୍ପାନୀକୁ ମଖଲୁଫ ଚଳାଉଛନ୍ତି। ଦେଶ ଉପରେ ଅନ୍ତର୍ଜାତୀୟ କଟକଣା ଜାରି ଥିବା ବେଳେ ଏତେବର୍ଷ ଧରି ସିରିଆଟେଲ ସରକାରଙ୍କୁ ଚଳାଇ ଆସିଛି। ଏଥିଲାଗି ମଖଲୁଫ୍ଙ୍କୁ ୟୁରୋପୀୟ ୟୁନିୟନ ସମେତ ଆମେରିକା କଟକଣାର ମଧ୍ୟ ସମ୍ମୁଖୀନ ହେବାକୁ ପଡିଛି। ତେବେ ଋଷିଆ ପ୍ରରୋଚନାରେ ଅସାଦଙ୍କ ସରକାର ମଖଲୁଫ୍ଙ୍କ ଉପରେ ଏପରି ଚାପ ପକାଉଥିବାର ସନ୍ଦେହ କରାଯାଉଛି। ତେବେ ଆଉ କେତେକ ଅସାଦଙ୍କ ପତ୍ନୀ ଆସମାଙ୍କ ସହ ବିବାଦ ଯୋଗୁ ହୁଏତ ଏପରି କରାଯାଉଥିବା ଏବେ ସନ୍ଦେହ କରୁଛନ୍ତି।