scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପୁନର୍ବାସ, ଥଇଥାନ ପ୍ରସଙ୍ଗରେ ଏମସିଏଲର ମନମାନୀ, ପ୍ରତିବାଦରେ ବିସ୍ଥାପିତଙ୍କ ଖଣି ବନ୍ଦ ଆନ୍ଦୋଳନ

3/07/2023 at 11:25 AM

ସୁନ୍ଦରଗଡ ୩୭: ମହାନଦୀ ଖୋଲା ମୁହଁ କୋଇଲା ଖଣି ବିସ୍ଥାପିତଙ୍କୁ ପୁନର୍ବାସ, ଥଇଥାନ ସହ ନୀତି ଅନୁସାରେ ଅନ୍ୟ ସୁବିଧା ଦେବାରେ କମ୍ପାନୀ ମନମାନୀ କରୁଛି । ଏପରିକି ସୁପ୍ରିମକୋର୍ଟ ଦେଇଥିବା ଆଦେଶକୁ ବି ଅବମାନନା କରୁଥିବା ନେଇ ଅଭିଯୋଗ ହୋଇଛି । ବାରମ୍ବାର  ଆଲୋଚନା, ନିଷ୍ପତ୍ତି ପରେ ବି ଏମସିଏଲ  ତାକୁ କାର୍ଯ୍ୟକାରୀ ନକରି ଦିନ ପରେ ଦିନ ଗଡାଇ ଚାଲିଛି । ଏହାର ପ୍ରତିବାଦ କରି ୧୪ ଖଣ୍ଡ ବିସ୍ଥାପିତ ଗାଁର ଶହ ଶହ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇଛନ୍ତି ।

ଏମସିଏଲ ଅଫିସ ସମେତ ବସୁନ୍ଧରା, କୁଲଡା, ଗର୍ଜନବାହାଲ, ସିଆରମାଲ ଖଣି ଓ ସରଡେଗା ରେଲୱେ ସାଇଡିଂକୁ ଗ୍ରାମବାସୀ ମାନେ ବନ୍ଦ କରି ଦେଇଛନ୍ତି । ଯାହା ଫଳରେ ଖଣି ଗୁଡିକରୁ କୋଇଲା ଉତ୍ତୋଳନ, ବୋଝେଇ ଓ ପରିବହନ ଇତ୍ୟାଦି ଠପ୍ ହୋଇଯାଇଛି । ତେବେ ଦାବି ପୂରଣ ନହେବା ଯାଏଁ ଖଣି ବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ଏମସିଏଲ ବସୁନ୍ଧରା ଓ ମହାଲକ୍ଷ୍ମୀ ବିସ୍ଥାପିତ ସୁରକ୍ଷା ଅଧିକାର ମଞ୍ଚ ଘୋଷଣା କରିଛି ।

ସେପଟେ ଅ।ନ୍ଦୋଳନ ସ୍ଥଳରେ ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ବେହେରା, ଏମସିଏଲ ଅଧିକାରୀ, ହେମଗିରି ପୋଲିସ ପହଂଚି ବିସ୍ଥାପିତଙ୍କ ସହ ଅ।ଲୋଚନା ଜାରି ରଖିଥିଲେ ମଧ୍ୟ ଖବର ଲେଖା ହେବା ପର୍ଯ୍ୟନ୍ତ ଏହାର କୌଣସି ନିର୍ଯ୍ୟାସ ବାହାରି ପାରିନାହିଁ ।  ତେଣୁ ଆନ୍ଦୋଳନ ପୂର୍ବବତ୍ ଜାରି ରହିଛି । ଏହାର କୌଣସି ନିର୍ଯ୍ୟାସ ନବାହାରିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ବିସ୍ଥାପିତ ମଞ୍ଚ ପକ୍ଷରୁ କୁହାଯାଇଛି ।

You Can Read :

   Related Posts