Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଖୋର୍ଦ୍ଧା : ଟ୍ରକକୁ ପଛରୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଧର୍ମଗଡ଼ : ବନୀକରଣ ନାଁରେ ଦୁର୍ନୀତି, ଜେଲ୍‌ ଗଲେ ଦୁଇ ପୂର୍ବତନ ବନ ଅଧିକାରୀ
  • ||
  • ମୁମ୍ବାଇ : କିରଣ ଖେର୍‌ କୋଭିଡ଼ ପଜିଟିଭ୍‌, ଟ୍ୱିଟ୍‌ ଜରିଆରେ ଲୋକଙ୍କୁ କଲେ ଖାସ୍‌ ଅପିଲ୍‌
  • ||
  • ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବର୍ଷା କମିବ, ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବ
  • ||

ଦୀର୍ଘ ଘଣ୍ଟା ବନ୍ଦ ପଡିବା ପରେ ପୁଣି ଚାଲୁ ହେଲା Disney+ Hotstar, ୟୁଜର ଆଶ୍ୱସ୍ତ

17/02/2023 at 5:33 PM

ନୂଆଦିଲ୍ଲୀ ୧୭।୨: ଡିଜନୀ ପ୍ଲସ୍‌ ହଟଷ୍ଟାର ସେବା ଶୁକ୍ରବାର ଦୀର୍ଘ ଆଉଟେଜ୍‌ ପରେ ପୁଣି ସ୍ୱଭାବିକ ହୋଇଛି। ଡାଉନ ଡିଟେକ୍ଟର ଅନୁସାରେ ଓଟିଟି ପ୍ଲାଟଫର୍ମ ପୂର୍ବାହ୍ନ ୧୧ଟାରେ ଡାଉନ ହୋଇଯାଇଥିଲା। ଫଳରେ ସେବା ବାଧିତ ହୋଇଥିବା ନେଇ ଅଭିଯୋଗ ସାଢେ ୧୨ଟା ପରେ ବଢିବାରେ ଲାଗିଥିଲା। ଡାଉନ ଡିଟେକ୍ଟର ଅନୁସାରେ ବେଙ୍ଗାଲୁରୁ,ଦିଲ୍ଲୀ, ଚଣ୍ଡିଗଡ଼, ଜୟପୁର, କୋଲକାତା, ନାଗପୁର, ମୁମ୍ବାଇ, ହାଇଦ୍ରାବାଦ ଓ ଚେନ୍ନାଇ ସମେତ ଦେଶର ଅନେକ ସହରାଞ୍ଚଳରେ ଡିଜନୀ ପ୍ଲସ୍‌ ହଟଷ୍ଟାର ର ସେବା ଡାଉନ ଦେଖାଯାଇଥିଲା।

ଭାରତ-ଅଷ୍ଟ୍ରେଲିଆ ଟେଷ୍ଟମ୍ୟାଚ୍ କାଳରେ ହୋଇଯାଇଥିଲା ଡାଉନ
ଓଟିଟି ଓ ଲାଇଭ ଷ୍ଟ୍ରିମିଂ ପ୍ଲାଟଫର୍ମ ଡିଜନୀ ପ୍ଲସ୍‌ ହଟଷ୍ଟାରର ସେବା ଭାରତ ବନାମ ଅଷ୍ଟ୍ରେଲିଆ ଟେଷ୍ଟମ୍ୟାଚ୍‌ କାଳରେ ଡାଉନ ହୋଇଯାଇଥିଲା। ଏହାକୁ ନେଇ ଅନେକ ୟୁଜର ଟ୍ୱିଟରରେ ସେମାନଙ୍କ ଅଭିଯୋଗ କରିବା ଆରମ୍ଭ କରିଦେଇଥିଲେ। ୟୁଜର ସେମାନଙ୍କ ଆକାଉଣ୍ଟ ବ୍ୟବହାର କରିବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ୟୁଜର ଟ୍ୱିଟରରେ ଲଗିନ ହୋଇ ପାରୁନଥିଲେ ଓ ଏ ନେଇ ସ୍କ୍ରିନ ସଟ୍‌ ମଧ୍ୟ ସେୟାର କରୁଥିଲେ। ଡିଜନୀ ପ୍ଲସ୍‌ ହଟଷ୍ଟାର ମଧ୍ୟ ନିଜପକ୍ଷରୁ ଡାଉନ ପୁଷ୍ଟି କରିଥିଲେ।

ଡିଜନୀ ପ୍ଲସ୍‌ ହଟଷ୍ଟାର ଆଉଟେଜ ଉପରେ ପ୍ରତିକ୍ରିୟା ଦେଇ ଆମର ଏପସ୍‌ ଏବଂ ୱେବ୍ ସେବା ବୈଷୟିକ ସମସ୍ୟାର ସମ୍ମୁଖୀନ ହୋଇଥିବା ଉଲ୍ଲେଖ କରିଥିଲେ। ସେମାନେ କହିଥିଲେ ଯେ ସେମାନଙ୍କ ଟିମ୍‌ ଏହା ଉପରେ କାମ କରୁଥିବା ଓ ଖୁବ୍ ଶୀଘ୍ର ଷ୍ଟ୍ରିମିଂ ପ୍ଲାଟଫର୍ମ ବହାଲ କରିଦିଆଯିବ । ଡାଉନ ଡିଟେକ୍ଟର ୫୦୦ରୁ ଅଧିକ ଆଉଟେଜର ଉଦାହରଣ ସୂଚନା ଦେଇଥିଲେ। ଡାଉନ ଡିଟେକ୍ଟର ଅନୁସାରେ ଭାରତର ପ୍ରମୁଖ ସହରାଞ୍ଚଳମାନଙ୍କରେ ୟୁଜରଙ୍କୁ ହଟଷ୍ଟାର ବ୍ୟବହାର କରିବାରେ ଅସୁବିଧା ହୋଇଥିଲା। ତେବେ ସବୁଠୁ ବେଶି ଅସୁବିଧା ଦିଲ୍ଲୀ, ଲକ୍ଷ୍ନୌ, ନାଗପୁର, ମୁମ୍ବାଇ, ହାଇଦ୍ରାବାଦ ଓ ବେଙ୍ଗାଲୁରୁ ଭଳି ବଡ ସହରାଞ୍ଚଳମାନଙ୍କରେ ହୋଇଥିଲା।  

   Related Posts