scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

Disney+Hotstarରେ ହେବନି OTP ସେୟାରିଂ; କଟକଣା ଲଗାଇବ କମ୍ପାନୀ

10/02/2024 at 11:44 AM

ନୂଆଦିଲ୍ଲୀ: OTT ପ୍ଲାଟଫର୍ମ ସମସ୍ତେ ବ୍ୟବହାର କରୁଛନ୍ତି । ଫିଲ୍ମ, ଓ୍ବେବ୍ ସିରିଜ୍, ଖେଳ, ସିରିଏଲ୍ ଆଦି ମନୋରଞ୍ଜନ କାର୍ଯ୍ୟକ୍ରମ ଏଥିରୁ ଦେଖି ହେଉଛି । ମାତ୍ର ୟୁଜର୍ସଙ୍କ ମଧ୍ୟରେ ଓଟିପି ସେୟାରିଂ କମ୍ପାନୀମାନଙ୍କର ମୁଣ୍ଡ ବ୍ୟଥା ବଢ଼ାଇଛି । ଏଥିପାଇଁ ଲଗାମ୍ ଲଗାତାର ପଦକ୍ଷେପ ନିଆଯାଇଛି ।  କିଛି ଦିନ ତଳେ ନେଟ୍-ଫ୍ଲିକ୍ସ ପାସ୍ଓ୍ବାର୍ଡ୍ ସେୟାରିଂ ଉପରେ ରୋକ୍ ଲଗାଇବାକୁ ଘୋଷଣା କରିଥିଲା । ଏବେ  Disney+Hotstar ମଧ୍ୟ ଏପରି କିଛି କରିବାକୁ ଯାଉଛି । Disney+Hotstarରେ ଆଉ ପାସ୍ଓ୍ବାଡ୍ ସେୟାରିଂ ହୋଇପାରିବ ନାହିଁ ।

ଗତ ବର୍ଷ ଏନେଇ ସାମାନ୍ୟ ସୂଚନା ଦେଇଥିଲେ Disney ଚିଫ୍ ଏଜକ୍ୟୁଟିଭ୍ ଅଫିସର ବାବ୍ ଆଇଗର । ସେ କହିଥିଲେ, ହାଉସ୍‌ହୋଲ୍ଡ ବାହାରେ ପାସ୍ଓ୍ବାର୍ଡ୍ ସେୟାରିଂକୁ ରୋକିବାକୁ ପଦକ୍ଷେପ ନିଆଯାଉଛି । ଏବାବଦରେ ସ୍ପଷ୍ଟ ସୂଚନା ମଧ୍ୟ ମିଳିଥିବା ସେ କହିଛନ୍ତି । Disney ଚିଫ୍ ଫାଇନାସିଆଲ ଅଧିକାରୀ ହ୍ୟୁ ଜା୍ନସଟନ ବୁଧବାର ଏବାବଦରେ ସୂଚନା ଦେଇ କହିଛନ୍ତି, ବିନା ଅନୁମତିରେ ପାସ୍ଓ୍ବାର୍ଡ୍ ସେୟାରିଂ ହେଲେ ସେହି ୟୁଜର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେମାନଙ୍କର ଆକାଉଣ୍ଟ ମଧ୍ୟ ସସ୍‌ପେଣ୍ଡ କରିଦିଆଯିବ ବୋଲି କହିଛନ୍ତି ।

ଏଥିରୁ ଜଣାପଡ଼ୁଛି ଯେ Disney+Hoststar ପାସ୍ଓ୍ବାର୍ଡ ସେୟାରିଂ କରୁଥିବା ୟୁଜର୍ସଙ୍କ ବିରୋଧରେ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି । କେବଳ ପରିବାର ଲୋକଙ୍କ ମଧ୍ୟରେ ପାସ୍ଓ୍ବାର୍ଡ ସେୟାରିଂ କରିପାରିବେ । ବାହାର ଲୋକଙ୍କୁ ଓଟିପି ସେୟାର କଲେ ଏଥିପାଇଁ କିଛି ଦେୟ ଦେବାକୁ ପଡ଼ିବ । ଆତିରିକ୍ତ ଦେୟ ଦେବା ପରେ OTT ପ୍ଲାଟଫର୍ମର ଲାଭ ଉଠାଇପାରିବେ । ନହେଲେ କମ୍ପାନୀ ଫକ୍ଷରୁ ୟୁଜର୍ସଙ୍କ ଆକାଉଣ୍ଟ ସସ୍‌ପେଣ୍ଡ କରି ଦିଆଯିବ  ବୋଲି କୁହାଯାଇଛି ।

ଭାରତରେ OTT ପ୍ଲାଟଫର୍ମର ଲୋକପ୍ରିୟତା ବୃଦ୍ଧି ପାଉଛି। ଅନେକ ଲୋକ ବିଭିନ୍ନ OTT ଆପ୍ ବ୍ୟବହାର କରନ୍ତି, ମାତ୍ର ଦେୟ ଦେବାକୁ ପସନ୍ଦ କରନ୍ତି ନାହିଁ। ତେଣୁ, ସେମାନେ ପରସ୍ପରର ଲଗଇନ୍ ପାସୱାର୍ଡ ମାଧ୍ୟମରେ OTT ସବସ୍କ୍ରିପସନ୍ ଅଂଶୀଦାର କରନ୍ତି। ଏବେ OTT ସବସ୍କ୍ରିପସନ୍ ଅଂଶୀଦାର ଏକ ଲୋକପ୍ରିୟ ଧାରା, କିନ୍ତୁ OTT କମ୍ପାନୀଗୁଡିକ ଏହାକୁ ବନ୍ଦ କରିବାକୁ ଚାହୁଁଛନ୍ତି। କମ୍ପାନୀଗୁଡିକର ବିଶ୍ୱାସ ଏହି କାରଣରୁ ସେମାନେ କ୍ଷତି ସହୁଛନ୍ତି। ଏହି ଧାରାକୁ ରୋକିବା ପାଇଁ OTT କମ୍ପାନୀ ନେଟ୍‌ଫ୍ଲିକ୍ସ ପରେ ଡିଜ୍‌ନୀ+ହଟଷ୍ଟାର ବନ୍ଦ କରିବ ଓଟିପି ସେୟାରିଂ।

   Related Posts