ନେଟ୍ଫ୍ଲିକ୍ସ ପରେ ଡିଜ୍ନୀ+ହଟଷ୍ଟାର ବନ୍ଦ କରିବ ଓଟିପି ସେୟାରିଂ
29/09/2023 at 7:49 PM

ନୂଆଦିଲ୍ଲୀ,୨୯/୯: ନେଟ୍ଫ୍ଲିକ୍ସ ପରେ ଡିଜ୍ନୀ+ହଟଷ୍ଟାର ବନ୍ଦ କରିବ ଓଟିପି ସେୟାରିଂ। ଏହାର ଅର୍ଥ ଡିଜ୍ନୀ+ହଟଷ୍ଟାର ଦେଖିବା ପାଇଁ ଜଣେ ୟୁଜର ଅନ୍ୟକୁ ଓଟିପି ପାସ୍ଓ୍ୱାର୍ଡ ସେୟାର କରି ଦେଖିପାରିବ ନାହିଁ। ଷ୍ଟ୍ରିମିଂ ଜାଏଣ୍ଟ କାନାଡାର ସବ୍ସ୍କ୍ରାଇବରମାନଙ୍କୁ ସବସ୍କ୍ରାଇବର୍ ଏଗ୍ରିମେଣ୍ଟ ବଦଳାଇବା ପାଇଁ କହିଛି। ଏହା ସହ ସର୍ତ୍ତାବଳୀ ଓ ପଲିସି ଆସନ୍ତା ନଭେମ୍ବର ୧ରୁ ଲାଗୁ କରାଯିବ।
ଭାରତରେ OTT ପ୍ଲାଟଫର୍ମର ଲୋକପ୍ରିୟତା ବୃଦ୍ଧି ପାଉଛି। ଅନେକ ଲୋକ ବିଭିନ୍ନ OTT ଆପ୍ ବ୍ୟବହାର କରନ୍ତି, କିନ୍ତୁ ସେମାନେ ଏଥିପାଇଁ ଦେୟ ଦେବାକୁ ପସନ୍ଦ କରନ୍ତି ନାହିଁ। ତେଣୁ, ସେମାନେ ପରସ୍ପରର ଲଗଇନ୍ ପାସୱାର୍ଡ ମାଧ୍ୟମରେ OTT ସବସ୍କ୍ରିପସନ୍ ଅଂଶୀଦାର କରନ୍ତି।
ଏବେ OTT ସବସ୍କ୍ରିପସନ୍ ଅଂଶୀଦାର ଏକ ଲୋକପ୍ରିୟ ଧାରା, କିନ୍ତୁ OTT କମ୍ପାନୀଗୁଡିକ ଏହାକୁ ବନ୍ଦ କରିବାକୁ ଚାହୁଁଛନ୍ତି। କମ୍ପାନୀଗୁଡିକର ବିଶ୍ୱାସ ଏହି କାରଣରୁ ସେମାନେ କ୍ଷତି ସହୁଛନ୍ତି। ଏହି ଧାରାକୁ ରୋକିବା ପାଇଁ OTT କମ୍ପାନୀ ନେଟ୍ଫ୍ଲିକ୍ସ ପରେ ଡିଜ୍ନୀ+ହଟଷ୍ଟାର ବନ୍ଦ କରିବ ଓଟିପି ସେୟାରିଂ।
OTT କମ୍ପାନୀଗୁଡିକ ପାସଓ୍ୱର୍ଡ ସେୟାରିଂ ପ୍ରତି ପ୍ରତିବନ୍ଧ ଲଗାଇବା ପାଇଁ ୟୁଜର୍ସଙ୍କ ଆକାଉଣ୍ଟ ଆନାଲିସିଲ କରାଯିବ। ଯଦି କୌମସି ୟୁଜର ନିୟମ ଉଲ୍ଲଘଂନ କରନ୍ତି, ତେବେ ତାଙ୍କ ଆକାଉଣ୍ଟ ବନ୍ଦ କରାଯାଇପାରେ। ଡିଜନି + କାନାଡାରେ ପାସୱାର୍ଡ ସେୟାରିଂ ଉପରେ ପ୍ରତିବନ୍ଧକ ଲଗାଇଛି।
ତେବେ ଭାରତରେ ଏହି ନିୟମର କାର୍ଯ୍ୟକାରିତା ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ନାହିଁ। କିନ୍ତୁ ଆଶା କରାଯାଉଛି ଯେ ଡିଜନି + ଖୁବ୍ ଶୀଘ୍ର ଅନ୍ୟ ଦେଶରେ ପାସୱାର୍ଡ ସେୟାରିଂ ଉପରେ ପ୍ରତିବନ୍ଧକ ଲଗାଇବ।