ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

Disney+Hotstar ର ମାସିକିଆ ପ୍ଲାନ୍: ୫୦ରୁ କମ୍ ଟଙ୍କାରେ ୟୁଜର୍ସ ଦେଖିପାରିବେ ଫିଲ୍ମ, ୱେବ୍ ସିରିଜ୍

20/12/2021 at 8:53 PM

ନୂଆଦିଲ୍ଲୀ ୨୦/୧୨ : ଓଟିଟି ପ୍ଲାଟଫର୍ମ ମଧ୍ୟରେ ଆଜିକାଲି ଖୁବ ପ୍ରତିଯୋଗିତା ଚାଲିଛି। କିଛି ଦିନ ପୂର୍ବରୁ ଆମାଜନ ପ୍ରାଇମ ଭିଡିଓ ନିଜ ପ୍ଲାନ ମହଙ୍ଗା କରିଛି। ଏହାର ଆର ଦିନ ନେଟଫ୍ଲିକ୍ସ ନିଜ ପ୍ଲାନ ଶସ୍ତା କରିବାକୁ ଘୋଷଣା କରିଥିଲା। ଏହି ଧାରାରେ ବର୍ତ୍ତମାନ ଡିଜ୍ନି ହଟଷ୍ଟାର ୪୯ ଟଙ୍କାର ମାସିକିଆ ପ୍ଲାନ ଘୋଷଣା କରିଛି। କମ୍ପାନୀର ଏହି ପ୍ଲାନ ଅସଲରେ ୯୯ ଟଙ୍କିଆ ପୁରୁଣା ପ୍ଲାନ ଯାହାକୁ ଅଫର ଅନୁସାରେ ୪୯ ଟଙ୍କାରେ ସବ୍ସକ୍ରାଇବ କରିପାରିବେ।

ରିପୋର୍ଟ ଅନୁସାରେ ଡିଜ୍ନି+ ହଟଷ୍ଟାର ଏବେ ଏହି ପ୍ଲାନକୁ ଆଣ୍ଡ୍ରଏଡ଼ ୟୁଜର୍ସଙ୍କ ସହ ଟେଷ୍ଟ କରୁଛି। କମ୍ପାନୀର ଏହି ଲେଟେଷ୍ଟ ମୋବାଇଲ ପ୍ଲାନ କିଛି ବଛା ବଛା ପେମେଣ୍ଟ ମୋଡ଼ରେ ଇଣ୍ଟ୍ରେଡକ୍ଟରୀ ଅଫର ସହ ଉପଲବ୍ଧ। ହଟଷ୍ଟାରର ଏହି ପ୍ଲାନ ଏଡ଼-ସପୋର୍ଟେଡଯ। ଏହି ପ୍ଲାନକୁ ସବ୍ସକ୍ରାଇବର ନିଜ ଟାବଲେଟ କିମ୍ବା ସ୍ମାର୍ଟଫୋନ ଜରିଆରେ ପ୍ଲାଟଫର୍ମରେ ଥିବା କଣ୍ଟେଣ୍ଟ ଆକ୍ସେସ କରିପାରିବେ। ଏହି ପ୍ଲାନରେ ଥରକେ ଗୋଟିଏ ଡିଭାଇସରେ ଆକାଉଣ୍ଟ ଲଗଇନ ଅଫର କରୁଛି। ହଟଷ୍ଟାରର ଅନ୍ୟାନ୍ୟ ପ୍ଲାନ ୪୯୯, ୮୯୯ ଓ ୧୪୯୯ ଟଙ୍କାରେ ଉପଲବ୍ଧ।

   Related Posts