ପୁଣି ଜାତୀୟ ପତାକାକୁ ଅସମ୍ମାନ, ନୀଳଗିରି ଉପଜିଲ୍ଲାପାଳଙ୍କ ଅଫିସରେ ଓଲଟା ଉଡିଲା ତ୍ରିରଙ୍ଗା

Published By : Prameya-News7 Bureau | August 15, 2022 IST

ନୀଳଗିରି ୧୫।୮: ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଜିଲ୍ଲାପାଳଙ୍କ ଅଫିସରେ ଉଡିଲା ଓଲଟା ପତାକା। କର୍ମଚାରୀଙ୍କ ଦାୟିତ୍ବହୀନତା ପାଇଁ ଉପଜିଲ୍ଲାପାଳଙ୍କ ଆଡକୁ ଆଙ୍ଗୁଳି ଉଠିଛି।

ସୋମବାର ସକାଳେ ଜାତୀୟ ପତାକା ଉତ୍ତୋଳନ ପାଇଁ ନୀଳଗିରି ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ ଉପସ୍ଥିତ ଥିଲେ । ତାଙ୍କ ସହ କିଛି କର୍ମଚାରୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ଜାତୀୟ ପତାକା ଉତ୍ତୋଳନ ହେବା ପରେ ଏହା ଓଲଟା ଉଡ଼ିବାକୁ ଲାଗିଥିଲା । ପରେ ଜାତୀୟ ସଙ୍ଗୀତ ଗାନ ହେଲା। ହେଲେ ଏଭଳି ଗୁରୁତର ତ୍ରୁଟି କାହାରି ନଜର ଆସିନଥିଲା। କିନ୍ତୁ କ୍ୟାମେରା ଲେନ୍ସରେ ଏହା ଧରାପଡିଯିବା ପରେ ଦଉଡି ଛିଣ୍ଡି ଏଭଳି ହୋଇଥିବା କୁହାଯାଇଥିଲା। ପରେ ଜାତୀୟ ପତାକା ତଳକୁ ଓହ୍ଲାଇ ତ୍ରୁଟି ସୁଧାର ଯାଇଥିଲା ।

ତେବେ କର୍ମଚାରୀଙ୍କ ଦାୟିତ୍ବ ହୀନତା ପାଇଁ ଅଧିକାରୀଙ୍କ ଆଡକୁ ଆଙ୍ଗୁଳି ଉଠିଛି। ଜାତୀୟ ପତାକାକୁ ଅସମ୍ମାନ ଅଭିଯୋଗ ପରେ ସମ୍ପୃକ୍ତ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ନା ଘଣ୍ଟ ଘୋଡ଼ାଯାଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.