‘Suriya 42’ରେ ନାୟିକା ହେବେ ଦିଶା, ପ୍ରଥମ ଥର ଐତହାସିକ ଲୁକ୍ରେ ଆସିବେ ନଜର
11/09/2022 at 10:38 AM

ମୁମ୍ଵାଇ ୧୧।୦୯: ସାଉଥ୍ ସୁପର୍ଷ୍ଟାର ସୂର୍ଯ୍ୟାଙ୍କ ଅପ୍କମିଙ୍ଗ ଫିଲ୍ମ ‘ସୂର୍ଯ୍ୟା ୪୨’ ଏବେ ସିନେ ଦୁନିଆରେ ବେଶ ହଲ୍ଚଲ୍ ସୃଷ୍ଟି କରିଛି । ଫିଲ୍ମରେ ମୁଖ୍ୟ ନାୟିକା ଭୂମିକାରେ ଅଭିନୟ କରିଛନ୍ତି ବଲିଉଡ୍ ଅଭିନେତ୍ରୀ ଦିଶା ପଟାନି । ଏହି ଫିଲ୍ମ ଜରିଆରେ ସେ କଲିଉଡ୍ ଜଗତରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ସୂର୍ଯ୍ୟା ଷ୍ଟାରର୍ ଏହି ଫିଲ୍ମକୁ ନେଇ ଦିଶାଙ୍କ ଉତ୍ସାହ ବେଶ ବଢ଼ିଯାଇଛି । ବହୁଭାଷୀ ଫିଲ୍ମରେ କାମ କରିବାକୁ ନେଇ ମଧ୍ୟ ସେ ଖୁବ୍ ଉତ୍ସାହିତ ଅଛନ୍ତି ।
ଦିଶା କହିଛନ୍ତି, ‘ସୂର୍ଯ୍ୟା ୪୨’ରେ ଦର୍ଶକ ତାଙ୍କର ସମ୍ପୂର୍ଣ୍ଣ ଭିନ୍ନ ଚରିତ୍ର ଦେଖିବାକୁ ପାଇବେ, ଯାହା କେବେ ପରଦାରେ ଦେଖିନଥିଲେ । ସିରୁଥାଇ ଶିବାଙ୍କ ନିର୍ଦ୍ଦେଶନାରେ ନିର୍ମାଣାଧୀନ ଏହି ଫିଲ୍ମ ଫ୍ୟାନ୍ଙ୍କ ପାଇଁ ଏକ ବଡ଼ ସର୍ପ୍ରାଇଜ୍ ହେବ । ସୂର୍ଯ୍ୟା ଓ ଶିବାଙ୍କ ସହ ଏଭଳି ଏକ ବଡ଼ ପ୍ରୋଜେକ୍ଟର ଘୋଷଣାକୁ ନେଇ ସେ ଖୁବ୍ ଉତ୍ସାହିତ ଅଛନ୍ତି ।
୨୦୧୫ ମସିହାରେ ବରୁଣ ତେଜ୍ଙ୍କ ସହିତ ଟଲିଉଡ୍ ଫିଲ୍ମ ‘ଲୋଫର୍’ ଜରିଆରେ ଦିଶା ଫିଲ୍ମ ଦୁନିଆରେ ପାଦ ଥାପିଥିଲେ । ପୁରୀ ଜଗନ୍ନାଥଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବକ୍ସ ଅଫିସ୍ରେ ବହୁତ ଖରାପ ପ୍ରଦର୍ଶନ କରିଥିଲା । କିନ୍ତୁ ନିଜ ପ୍ରଦର୍ଶନ ଜରିଆରେ ତେଲୁଗୁ ଦର୍ଶକଙ୍କ ମନ ଜିଣିବାରେ ଦିଶା ସଫଳ ହୋଇଥିଲେ । ଏହା ପରଠୁ ସେ ଆଉ ସାଉଥ୍ ଇଣ୍ଡଷ୍ଟ୍ରିରେ ନଜର ଆସିନଥିଲେ ।
‘ସୂର୍ଯ୍ୟା ୪୨’ ତାଙ୍କର ୨ୟ ସାଉଥ୍ ଫିଲ୍ମ ହେବ । ଗତକାଲି ଫିଲ୍ମର ମୋସନ୍ ପୋଷ୍ଟର ଲଞ୍ଚ୍ ହୋଇଛି । ଭିଡିଓରେ ପ୍ରଚ୍ଛଦ ସଙ୍ଗୀତ ଓ ଯୁଦ୍ଧର ଦୃଶ୍ୟ ଐତିହାସିକ ଆକ୍ସନ୍ ଫିଲ୍ମର ସଙ୍କେତ ଦେଇଛି । ଫିଲ୍ମଟି ୩ଡି ହେବ ଏବଂ ୧୦ଟି ଭାଷାରେ ମୁକ୍ତିଲାଭ କରିବ ବୋଲି ନିର୍ମାତା ଘୋଷଣା କରିଛନ୍ତି । ଫିଲ୍ମର ୨ୟ ସିଡ୍ୟୁଲ୍ର ସୁଟିଂ ଏବେ ଚାଲିଛି । ୟୁଭି କ୍ରିଏସନ୍ ଏହାର ପ୍ରଯୋଜନା ଦାୟିତ୍ୱରେ ଥିବାବେଳେ ମ୍ୟୁଜିକ୍ କମ୍ପୋଜର୍ ହେଉଛନ୍ତି ଦେବୀ ଶ୍ରୀ ପ୍ରସାଦ ।