ଅଭିନେତ୍ରୀ ନୁହେଁ ପାଇଲଟ୍‌ ହେବାକୁ ଚାହୁଁଥିଲେ ଦିଶା, ଏବେ କୋଟି କୋଟି ସମ୍ପତ୍ତିର ମାଲିକାଣୀ

Published By : Prameya-News7 Bureau | August 13, 2022 IST

ମୁମ୍ବାଇ ୧୩।୦୮: ବଲିଉଡ ଅଭିନେତ୍ରୀ ଦିଶା। ବୋଲ୍ଡ ଏବଂ ହଟ୍‌ ଅନ୍ଦାଜ୍‌ରେ ସମସ୍ତଙ୍କୁ ମାତ୍‌ ଦିଅନ୍ତି। ଫିଲ୍ମ ଜଗତରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। ଦିଶା ଆଜି ତାଙ୍କର ୩୦ ତମ ଜନ୍ମଦିନ ପାଳନ କରୁଛନ୍ତି। ଦିଶା ପଟାନୀ ବରେଲି (ୟୁପି) ର ବାସିନ୍ଦା । ସ୍ୱପ୍ନକୁ ପୂରଣ କରିବା ପାଇଁ ସ୍ୱପ୍ନର ସହର ମୁମ୍ବାଇ ଆସିଥିଲେ । କିନ୍ତୁ ଆପଣ ଜାଣନ୍ତି କି ଦିଶା ଜଣେ ଅଭିନେତ୍ରୀ ହେବାକୁ ମୁମ୍ବାଇ ଆସି ନଥିଲେ। ଏମିତି କିଛି ଘଟିଲା ଯେ ଦିଶା ଅଭିନୟ ଜଗତରେ ପାଦ ଦେଇଥିଲେ । ଆଜି, ଅଭିନେତ୍ରୀଙ୍କ ଜନ୍ମଦିନର ବିଶେଷ ଦିନରେ ଆମେ ଆପଣଙ୍କୁ ତାଙ୍କ ସହ ଜଡିତ କିଛି ବିଶେଷ କଥା କହିବାକୁ ଯାଉଛୁ ….

ଦିଶା ପଟାନୀଙ୍କ ପିତା ଜଣେ ପୋଲିସ କର୍ମଚାରୀ। ତାଙ୍କ ଭଉଣୀ ସେନାରେ ଅଛନ୍ତି। ଏଭଳି ପରିସ୍ଥିତିରେ ଅଭିନେତ୍ରୀ ମଧ୍ୟ ପାଇଲଟ ହେବାର ସ୍ୱପ୍ନ ଦେଖିଥିଲେ। ସେ ଲକ୍ଷ୍ନୌର ଆମିଟି ୟୁନିଭରସିଟିରେ ବାୟୋଟେକ୍ ପଢୁଥିଲେ। ସେହି ସମୟରେ ମଡେଲିଂ ଆରମ୍ଭ କରିଥିଲେ। ୫୦୦ ଟଙ୍କା ନେଇ ମୁମ୍ବାଇ ଆସିଥିଲେ। କିନ୍ତୁ ମୁମ୍ବାଇରେ ଦିଶା ଏକ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଅଡିସନ୍‌ରେ ସିଲେକ୍ଟ ହେବା ପରେ , ଫିଲ୍ମ ଲାଇନକୁ ବାଛିଲେ। ଅଭିନେତ୍ରୀ ହେବା ପାଇଁ ବଲିଉଡ୍‌ ସିଢି ଚଢିଥିଲେ।

ଦିଶା ପାଟାନି ଫିଲ୍ମ ଏମଏସ ଧୋନି: ଦ ଅନଟୋଲ୍ଡ ଷ୍ଟୋରୀରେ ଡେବ୍ୟୁ କରିଥିଲେ। ଏବେ ଅଭିନେତ୍ରୀ ତାଲିକାର ଶୀର୍ଷକୁ ତାଲିକାରେ ଅଛନ୍ତି। ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଉଛନ୍ତି। କହିବାକୁ ଗଲେ ଦିଶା କୋଟିର ଟଙ୍କାର ମାଲିକ ଅଟନ୍ତି। ଦିଶାଙ୍କ ବାର୍ଷିକ ଆୟ ୧୨ କୋଟି ଟଙ୍କା। ଦିଶାଙ୍କ ନେଟୱର୍ଥ ପାଖାପାଖି ୭୪ କୋଟି ଟଙ୍କା। ଦିଶା ଗୋଟିଏ ଫିଲ୍ମ ପାଇଁ  ୬ କୋଟି ନିଅନ୍ତି। ମୁମ୍ବାଇରେ ଦିଶା ଏକ ବିଳାସପୂର୍ଣ୍ଣ ଘର କିଣିଛନ୍ତି। ଏହା ବ୍ୟତୀତ  ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ପାଇଁ ୧ କୋଟି ଟଙ୍କା ଆଦାୟ କରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.