ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

‘ତାରକ ମେହେଟ୍ଟାକା ଉଲଟା ଚଷମା’ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ସୋ’କୁ କମବ୍ୟାକ୍ କରିବେ ଦୟାବେନ୍

24/05/2022 at 12:20 PM

ମୁମ୍ୱାଇ ୨୪/୦୫: ଦୀର୍ଘ ଦିନ ଧରି ଚାଲିଆସୁଥିବା କମେଡି ଶୋ ‘ତାରକ ମେହେଟ୍ଟାକା ଉଲଟା ଚଷମା’ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ସୋ’କୁ କମବ୍ୟାକ୍ କରିବେ ଦୟାବେନ୍ର ପ୍ରଶଂସକଙ୍କ ପାଇଁ ଖୁସିର ଖବର । ଗୋଟିଏ ପଟେ ଶୈଲେଶ ଲୋଡା ଏବଂ ମୁମୁନ୍ ଦତ୍ତଙ୍କ ସୋ ଛାଡିବାର ଖବର ଚର୍ଚ୍ଚା ହେଉଥିବାବେଳେ ଏବେ ଦୟାବେନ ସୋ’ କୁ ରିଟର୍ଣ୍ଣ କରିବା ଖବର ଜଣାପଡିଛି । ସୋ’ର ନିର୍ମାତା ନିଜେ ଏହି ଖବର ନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି ।

ସିରିଏଲ୍ ନିର୍ମାତା ଅସିତ କୁମାର ମୋଦୀ ନିଜେ ଏହା ପ୍ରକାଶ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଆମେ ଆଜି ପର୍ଯ୍ୟନ୍ତ ଦୟାବେନଙ୍କ ଚରିତ୍ରକୁ କାଟିନାହୁଁ । ଆମେ କିଛି ଦିନ ହେବ ଖରାପ ସମୟ ଦେଇ ଗତି କରୁଛୁ । ୨୦୨୦-୨୧ ସମୟ ଆମ ପାଇଁ ବହୁତ ଖରାପ ଥିଲା । ଏବେ ସମୟ ସହ ସବୁକିଛି ପରିବର୍ତ୍ତନ ହେବାକୁ ଯାଉଛି ।

ଦୟାବେନଙ୍କ କମବ୍ୟାକ୍ ସମ୍ପର୍କରେ ଅସିତ କୁମାର ମୋଦୀ କହିଛନ୍ତି, ‘ଆମେ ଆଶା କରୁଛୁ ୨୦୨୨ ମସିହାରେ ଦୟାବେନ ନିଶ୍ଚୟ ଫେରିବେ । ପୁଣି ଥରେ ଦୟାବେନ୍ ଏବଂ ଜେଥାଲାଲ୍ ଲୋକମାନଙ୍କୁ ଏକାଠି ମନୋରଞ୍ଜନ କରିବେ । ମୁଁ ଜାଣେ ନାହିଁ ଦିଶା ବକାନି ସିରିଏଲରେ ଫେରିବେ କି ନାହିଁ, ଦିଶା ବକାନୀଙ୍କ ସହ ଆମର ଭଲ ସମ୍ପର୍କ ଅଛି ।

   Related Posts