UPI ଟ୍ରାନ୍ସଫର ଲାଗି କରିବାକୁ ପଡିପାରେ ଅପେକ୍ଷା, ୪ ଘଣ୍ଟା ଲାଗିବ ସମୟ

Published By : Prameya-News7 Bureau | November 28, 2023 IST

ନୂଆଦିଲ୍ଲୀ ୨୮।୧୧: ଦୁଇ ହଜାର ଟଙ୍କାରୁ ଅଧିକ ମୂଲ୍ୟର ୟୁପିଆଇ ଲାଗି ୪ ଘଣ୍ଟାର ଟାଇମ ଲିମିଟ୍ ଫିକ୍ସ କରିବା ନିମନ୍ତେ ଆଲୋଚନା ଜାରି ରହିଛି, ତେବେ ଏହାର ପ୍ରଭାବ ସବୁ ୟୁପିଆଇ ନେଣଦେଣ ଉପରେ ପଡିବ ନାହିଁ। ଏହା କେବଳ ସେହି ଲୋକଙ୍କ ପାଇଁ କରାଯିବ ଯେଉଁମାନେ ପ୍ରଥମ ଥର ୟୁପିଆଇ ମାଧ୍ୟମରେ ୨ ହଜାର ଟଙ୍କାରୁ ଅଧିକ ଟଙ୍କା ଟ୍ରାନ୍ସଫର କରୁଛନ୍ତି। ଇଣ୍ଡିଆନ ଏକ୍ସପ୍ରେସ୍ ରିପୋର୍ଟ ଅନୁସାରେ ୟୁପିଆଇ ସମ୍ବଦ୍ଧିତ ଅଧିକାରୀ ଏବେ ବି ଏହା ଉପରେ ଚର୍ଚ୍ଚା  ଜାରି ରଖିଛନ୍ତି।

ଏହି ପଦକ୍ଷେପ ୟୁପିଆଇ ଟ୍ରାଞ୍ଜାକ୍ସନରେ ନୂଆ ୟୁଜରଙ୍କୁ ସମସ୍ୟାରେ ପକାଇପାରେ। ତେବେ ଅଧିକାରୀଙ୍କ ଆଶା ଏହା ଦ୍ୱାରା ସାଇବର ପେମେଣ୍ଟ ଫ୍ରଡ ଉପରେ ଲଗାମ ଲଗାଇବାରେ ସହାୟତା ମିଳିପାରେ। ୪ ଘଣ୍ଟାର ୱିଣ୍ଡୋକୁ ସହଜ ଶବ୍ଦରେ ବୁଝିବାକୁ ହେଲେ ପ୍ରଥମ ଥର ୨ ହଜାର ଟଙ୍କାରୁ ଅଧିକ କ୍ୟାସ୍‌ ଟ୍ରାନ୍ସଫରକୁ ତୁରନ୍ତ ରିସିଭରଙ୍କ ଆକାଉଣ୍ଟକୁ ପଠାଯିବ ନାହିଁ। ଏଥି ଲାଗି ୪ ଘଣ୍ଟା ଗ୍ୟାପ୍ ଦିଆଯିବ। ଯଦି ଏହି ପ୍ରସ୍ତାବ କାର୍ଯ୍ୟକାରୀ ହୁଏ ତେବେ ସମ୍ଭବତଃ ଅନ୍ୟ ରିୟଲ ଟାଇମ୍ ମନି ଟ୍ରାନ୍ସଫର ସେବା ମାନଙ୍କ ଉପରେ ମଧ୍ୟ ଏହି ନିୟମ ଲାଗୁ କରାଯାଇପାରେ। ଏହି ଭଳି ଅନ୍ୟ ସେବାରେ ଆଇଏମପିଏସ୍ ଓ ଆରଟିଜିଏସ୍ ମଧ୍ୟ ସାମିଲ।

{"id":875814,"sizeSlug":"full","linkDestination":"none"}

ହୁଏତ ଆପଣ ଗତ ଅନେକ ସମୟ ହେଲା ୟୁପିଆଇର ବ୍ୟବହାର କରୁଥାଇ ପାରନ୍ତି, ହେଲେ ଯଦି ପ୍ରଥମଥର ୨ ହଜାର ଟଙ୍କାରୁ ଅଧିକ କ୍ୟାସ୍ ଟ୍ରାନ୍ସଫର କରୁଥାନ୍ତି ତେବେ ଏଥି ପାଇଁ ୪ ଘଣ୍ଟା ସମୟ ଲାଗିବ। ହେଲେ ଏବେର ନିୟମ ଅନୁସାରେ ଯଦି ଆପଣ ଏବେ ୟୁପିଆଇ ଆଇଡି କରୁଛନ୍ତି ତେବେ ଆପଣ ପ୍ରଥମ ୨୪ ଘଣ୍ଟା ମଧ୍ୟରେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଟ୍ରାନ୍ସଫର କରିପାରିବେ। ଏନଇଏଫଟି ମାମଲାରେ ପ୍ରଥମ ୨୪ଘଣ୍ଟା ମଧ୍ୟରେ ୫୦ ହଜାର ଟଙ୍କା ଟ୍ରାନ୍ସଫର କରିପାରିବେ। ଏହି ରାଶି ହୁଏତ ଆପଣ ଥରକରେ ପଠାଇ ପାରନ୍ତି ନତୁବା ଥରଥର କରି ପଠାଇ ପାରନ୍ତି। ତେବେ ଏହାଠୁ ଅଧିକ ଟଙ୍କା ପଠାଇ ପାରିବେ ନାହିଁ।

ତେବେ ନୂଆ ପ୍ଲାନ୍ ଅନୁସାରେ ଯଦି କୌଣସି ବ୍ୟକ୍ତି ପ୍ରଥମଥର କାହାରିକୁ ୨ ହଜାରରୁ ଅଧିକ ଟଙ୍କା ୟୁପିଆଇରେ ଟ୍ରାନ୍ସଫର କରୁଥାନ୍ତି ତେବେ ଏହା ୪ ଘଣ୍ଟା ପରେ ତାଙ୍କ ଆକାଉଣ୍ଟରେ ପହଞ୍ଚିବ। ଏ ବାବଦେ ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ଏ ନେଇ ସାର୍ବଜନିକ ଓ ଘରୋଇକ୍ଷେତ୍ରର ବ୍ୟାଙ୍କ, ଗୁଗଲ ଓ ରେଜର ପେ ଭଳି ଟେକ୍‌ କମ୍ପାନୀଙ୍କ ସହିତ ଆଲୋଚନା କରାଯାଇଛି। ଏନେଇ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି ଓ ଏଥିରେ ଆରବିଆଇଙ୍କ ପ୍ରତିନିଧି ମଧ୍ୟ ଯୋଗ ଦେଇଥିଲେ। ସେମାନେ କହିଛନ୍ତି ଯେ ପ୍ରଥମଥର ଟ୍ରାଞ୍ଜାକ୍ସନ କରୁଥିବା ଲୋକଙ୍କୁ ୪ ଘଣ୍ଟାର ସମୟ ଦିଆଯିବ, ଯାହା ଦ୍ୱାରା ସେମାନେ ନିଜର ଟ୍ରାଞ୍ଜାକ୍ସନ ରିଭର୍ସ କରିପାରିବେ।

ଚୀନକୁ ପୁଣି ଝଟକା, ଭାରତରେ ଅତିରିକ୍ତ ୧.୬ ବିଲିୟନ ଡଲାର ନିବେଶ କରିବ ଫକ୍ସକନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.