ସେସୁର ବିଦ୍ୟୁତ୍ କାଟ୍ : ପ୍ରଥମ ଦିନରେ ୧୫୪୫ଉପଭୋକ୍ତାଙ୍କ କଟିଛି ଲାଇନ୍, ଆହୁରି ଜୋରଦାର ହେବ ଧରପଗଡ

Published By : Prameya-News7 Bureau | January 17, 2020 IST

ଭୁବନେଶ୍ବର ୧୭।୧: ଗୁରୁବାରଠାରୁ ବକେୟା ବିଲ୍ ଦେଇନଥିବା ଉପଭୋକ୍ତାଙ୍କ ଲାଇନ୍ କାଟିବା ଆରମ୍ଭ କରିଛି ସେସୁ । ଆଜି ସେସୁ ପକ୍ଷରୁ ଆହୁରି ଜୋରଦାର ହେବ ଧରପଗଡ । ପ୍ରଥମ ପର୍ଯ୍ୟାୟରେ ବାଣିଜ୍ୟିକ ଉପଭୋକ୍ତାଙ୍କ ଲାଇନ୍ କଟାଯାଉଛି । ଗୁରୁବାର ବିଭିନ୍ନ ସ୍ଥାନରେ ୧୫୪୫ ଉପଭୋକ୍ତାଙ୍କ ଲାଇନ୍ କଟାଯାଇଛି । ଗୋଟିଏ ଦିନରେ ୫ କୋଟି ୩୮ ଲକ୍ଷ ଟଙ୍କା ବିଦ୍ୟୁତ୍ ବିଲ୍ ଆଦାୟ ହୋଇଥିବା ସେସୁ ପକ୍ଷରୁ ସୂଚନା ଦିଆଯାଇଛି ।

{"id":211990,"sizeSlug":"large"}

ଯେଉଁମାନେ ବିଲ୍ ଦେଇନାହାନ୍ତି ସେମାନଙ୍କର ବିଦ୍ୟୁତ୍ ସଂଯୋଗ କାଟି ଦେଉଛନ୍ତି ସେସୁ କର୍ମଚାରୀ । ଏପଟେ ବିଲ୍ ଡିପୋଜିଟ୍ କରିବାକୁ ବି ଇଲେକ୍ଟ୍ରି ଅଫିସରେ ଭିଡ଼ । ଖୋର୍ଦ୍ଧା ଡିଭିଜନ ପକ୍ଷରୁ ୩୯ଟି ଟିମ୍ ଗଠନ କରାଯାଇ ବିଦ୍ୟୁତ୍ ଦେୟ ବାକି ରଖିଥିବା ବାଣିଜ୍ୟିକ ଓ ବ୍ୟବସାୟିକ ସଂସ୍ଥାରୁ ବିଜୁଳି କଟା ଯାଉଛି । ମୋଟ୍ ୫୩ଟି କମର୍ସିଆଲ୍ ସଂସ୍ଥାରୁ ବିଜୁଳି ବିଛିନ୍ନ ପ୍ରକ୍ରିୟା ଆରମ୍ଭ ହୋଇଛି ।

{"id":211994,"sizeSlug":"large"}

ଖୋର୍ଦ୍ଧାରେ ୫୧ହଜାର ଗ୍ରାହକଙ୍କ ଉପରେ ୮୦ କୋଟିରୁ ଅଧିକ ଟଙ୍କା ବିଦ୍ୟୁତ ବିଲ୍ ବାକି ରହିଥିବା ସେସୁ ପକ୍ଷରୁ କୁହାଯାଇଛି । ଭୁବନେଶ୍ବରର ସବୁ ବିଦ୍ୟୁତ୍ ସର୍କଲରେ ବୁଲିଛନ୍ତି ସ୍କ୍ବାର୍ଡ । ଯେଉଁଠି ଅଧିକ ଉପଭୋକ୍ତା ବିଜୁଳି ବିଲ୍ ବାକି ରଖିଛନ୍ତି ସେଠି ଏକାଧିକ ସ୍କ୍ବାର୍ଡ ଧରପଗଡ କରି ଲାଇନ୍ କାଟିଛନ୍ତି ।

{"id":212329,"width":577,"height":396,"sizeSlug":"large"}

ପ୍ରଥମ ଦଫାରେ ବାଣିଜ୍ୟିକ ପ୍ରତିଷ୍ଠାନ ମାନଙ୍କର ବକେୟା ବିଲ୍ ଉପରେ ସେସୁ ପକ୍ଷରୁ ଧରପଗଡ଼ ଜୋରଦାର ହୋଇଛି । ଦ୍ବିତୀୟ ଦଫାରେ ଆର୍ଥିକ ସ୍ବଚ୍ଛଳ ଘରୋଇ ଉପଭୋକ୍ତାଙ୍କ ପାଳି ପଡିବ ।  ତୃତୀୟ ଦଫାରେ ବିଭିନ୍ନ ଗାଁରେ ବର୍ଷ ବର୍ଷ ଧରି ବିଜୁଳି ବିଲ୍ ବାକି ରଖିଥିବା ଲୋକଙ୍କ ଘରୁ  ଲାଇନ୍ କଟାଯିବ ବୋଲି ସେସୁ ପକ୍ଷରୁ ସୂଚନା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.