previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଧର୍ମଗଡ : ଲଗାଣ ବର୍ଷାରେ ବେହାଲ କଳାହାଣ୍ଡି ଜିଲ୍ଲା, ନଦୀ କୂଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି
  • ||
  • ମୋହନା : ଲଗାଣ ବର୍ଷାରେ ବୃଦ୍ଧି ପାଇଲା ହରଭଙ୍ଗୀ ନଦୀର ଜଳସ୍ତର, ୪ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ସାନଖେମୁଣ୍ଡି : କୂଅରେ ପଡିଲା ଜଙ୍ଗଲୀ ବାରହା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପୁରୀ : ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ : ଭାସିଯାଇ ଯୁବତୀଙ୍କ ମୃତ୍ୟୁ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଜଣେ ଶିଶୁ ସମେତ ୩ ଆହତ
  • ||
  • ସମ୍ବଲପୁର : ବ୍ରେକ୍ ଫେଲ୍ ହେଲା ଚଳନ୍ତା ବସ୍‌, ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା
  • ||
  • କାମାକ୍ଷାନଗର : ନଦୀ ପାର ହେବା ସମୟରେ ଭାସିଗଲେ ବୃଦ୍ଧା, ମୃତଦେହ ଉଦ୍ଧାର କଲେ ପରିବାର ଲୋକ
  • ||
  • ବିହାରରେ ବଦଳିବ ରାଜନୈତିକ ସମୀକରଣ : କଂଗ୍ରେସ-ଆରଜେଡି ସମର୍ଥନରେ ସରକାର ଗଢିବେ ନୀତିଶ !
  • ||
  • ଜୟପୁର : ନଦୀ ପାର ହେବା ସମୟରେ ଭାସିଗଲେ ବୃଦ୍ଧା, ମୃତଦେହ ଉଦ୍ଧାର କଲେ ପରିବାର ଲୋକ
  • ||
  • କଣ୍ଟାବାଞ୍ଜି : ଗାଁ ନିକଟ ମହୁଲ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ଆତ୍ମହତ୍ୟା ନା’ ହତ୍ୟା ଅସ୍ପଷ୍ଟ
  • ||

ଦାମଙ୍କ ବିରୋଧରେ ଆଜି ଆରମ୍ଭ ହୋଇପାରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା

11/09/2018 at 10:20 AM

ଭୁବନେଶ୍ବର ୧୧|୯: ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ବିରୋଧରେ ଦଳ ଆଜି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରିପାରେ । ଗତକାଲି ଜଗତସିଂହପୁର ଜିଲ୍ଲାର ଦୁଇ ଜଣ ବରିଷ୍ଠ ବିଜେଡି ନେତା ବିଷ୍ଣୁ ଦାସ ଏବଂ ପ୍ରଶାନ୍ତ ମୁଦୁଲି ନବୀନ ପଟ୍ଟନାୟକଙ୍କ ନିକଟରେ ଦାମଙ୍କ ବିରୋଧରେ ଫେରାଦ ହୋଇଥିଲେ । ଦାମ ଦଳ ବିରୋଧୀ କାର୍ଯ୍ୟ କରୁଛନ୍ତି ବୋଲି ଲିଖିତ ଅଭିଯୋଗ କରିଥିଲେ ।

ଏହି ଅଭିଯୋଗ ପରେ ଦଳର ଜଣେ ବରିଷ୍ଠ ନେତା ତଥା ମୁଖପାତ୍ର କହିଛନ୍ତି ଯେ, ଦାମ ବାବୁଙ୍କୁ ଦଳରୁ ବହିଷ୍କାର ପାଇଁ ଦଳ ଭିତରୁ ଚାପ ରହିଛି । ଦାମ ବାବୁଙ୍କ ଦଳ ବିରୋଧୀ କାର୍ଯ୍ୟ ଅପେକ୍ଷା ମନ୍ତବ୍ୟ ଦଳକୁ ବେଶୀ ଅଡୁଆରେ ପକାଇଲାଣି ।

ଅତୀତରେ ବୈଜୟନ୍ତ ପଣ୍ଡାଙ୍କୁ ଦଳରୁ ଯେପରି ନିଲମ୍ବିତ କରାଗଲା ସେହି ଢଙ୍ଗରେ ଦାମଙ୍କୁ ନିଲମ୍ବିତ କରାଯିବ ନା ପ୍ରଫୁଲ୍ଲ ଘଡେଇଙ୍କ ଶୈଳୀରେ ଅର୍ଥାତ୍ ସିଧାସଳଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାକୁ ନେଇ ଦଳ ଭିତରେ ମାନସ ମନ୍ଥନ ଚାଲିଛି ।

ସୂଚନାଯୋଗ୍ୟ ଯେ, ବୈଜୟନ୍ତଙ୍କୁ ନିଲମ୍ବିତ କରିବା ପୂର୍ବରୁ ପ୍ରଥମେ କେନ୍ଦ୍ରାପଡାର କିଛି ନେତା ବୈଜୟନ୍ତ ଦଳ ବିରୋଧୀ କାର୍ଯ୍ୟ କରୁଛନ୍ତି ବୋଲି ନବୀନ ପଟ୍ଟନାୟକଙ୍କ ନିକଟରେ ଅଭିଯୋଗ କରିଥିଲେ । ଫଳରେ ଦଳର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ନେତୃତ୍ବରେ ୩ ଜଣିଆ ପର୍ଯ୍ୟବେକ୍ଷକ ଦଳ ଘଟଣାର ଅନୁସନ୍ଧାନ କରି ଦଳ ମୁଖ୍ୟଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ରିପୋର୍ଟ ଆଧାରରେ ବୈଜୟନ୍ତଙ୍କୁ ପ୍ରଥମେ ଦଳରୁ ନିଲମ୍ବିତ କରାଗଲା ଓ ପରେ ବହିଷ୍କାର କରାଯାଇଥିଲା । କିନ୍ତୁ ପ୍ରଫୁଲ୍ଲ ଘଡେଇଙ୍କ କ୍ଷେତ୍ରରେ ପର୍ଯ୍ୟବେକ୍ଷକ ନିଯୁକ୍ତି ହୋଇନଥିଲେ । ୨୦୧୫ ମସିହାରେ ଏକ ଦୈନିକ ଖବରକାଗଜରେ ପ୍ରଫୁଲ୍ଲ ଘଡେଇଙ୍କ ଏକ ସାକ୍ଷାତକାର ପ୍ରକାଶିତ ହୋଇଥିଲା। ସେହି ଦିନ ତତ୍‌କ୍ଷଣାତ୍ ପ୍ରଫୁଲ୍ଲ ଘଡେଇଙ୍କୁ ନିଲମ୍ବିତ କରାଗଲା ।

ଏ ଦୁଇ ରାସ୍ତାରୁ କୋଉ ରାସ୍ତାରେ ଦାମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାକୁ ନେଇ ତର୍ଜମା ଚାଲିଛି । କିନ୍ତୁ ଦାମଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ କିଛି ପ୍ରତିକୂଳ ପ୍ରଭାବ ପଡିବ କି ବୋଲି ମଧ୍ୟ ଆଶଙ୍କା କରାଯାଉଛି । ତେଣୁ ତାଙ୍କ ବିରୋଧରେ ଅଲଗା ଢଙ୍ଗରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ମଧ୍ୟ ଆଲୋଚନା ହେଉଛି ।

ଭିତରେ ଭିତରେ ଗୁମୁରୁଥିବା ଅଖା ଦୁର୍ନୀତିରେ ଦାମଙ୍କ ପୁଅ ସଂପୃକ୍ତ ଅଛନ୍ତି ବୋଲି କଥା ଉଠିଥିଲା । ହୁଏତ ଏହି ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦିଆଯାଇପାରେ । କଣ୍ଟାକୁ କଣ୍ଟାରେ କାଢିବା ନ୍ୟାୟରେ ଯେଉଁ ଦୁର୍ନୀତି କଥା କହି ଦାମ ବାହାବା ନେଉଛନ୍ତି ସେହି ଦୁର୍ନୀତି ଅଭିଯୋଗରେ ତାଙ୍କୁ ବିଦା କରିବା ଉଚିତ୍ ହେବ ବୋଲି ମଧ୍ୟ ଦଳ ବିଚାର କରୁଛି ।

   Related Posts