Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ପାନ ଛେପ ପକାଇଲେ ଅଳିଆ ହେବନି ବରଂ ଉଠିବ ଗଛ, ଏମିତି ନିଆରା ପ୍ଲାନ୍‌ କରୁଛି ଭାରତୀୟ ରେଳ, ବଞ୍ଚିବ ୧୨୦୦ କୋଟି ଟଙ୍କା !

10/10/2021 at 6:42 PM

ନୂଆଦିଲ୍ଲୀ ୧୦/୧୦: କରୋନା ମହାମାରୀ ପାଇଁ ବିଭିନ୍ନ ନିୟମ ଲାଗୁ ହୋଇଥିଲେ ମଧ୍ୟ ସର୍ବସାଧାରଣ ସ୍ଥାନରେ ପାନ ଛେପ ପକାଇବା ଅଭ୍ୟାସ ବଦଳିପାରି ନାହିଁ। ଯିଏ ଯେଉଁଠି ପାରୁଛି ସେଠାରେ ଗୁଟଖା-ପାନ ଛେପ ଆଦି ପକାଉଛି। ଏହାକୁ ନେଇ ଅତିଷ୍ଠ ହୋଇପଡ଼ିଥିବା ଭାରତୀୟ ରେଳ କିନ୍ତୁ ଏଥର ନୂଆ ଉପାୟ ଆପଣାଇବାକୁ ଯାଉଛି । ଏଣିକି ଟ୍ରେନ୍‌ରେ ଥୁକିଲେ ଅଳିଆ ହେବ ନାହିଁ ବରଂ ଗଛ ଉଠିବ ବୋଲି ଜଣାପଡ଼ିଛି ।  

ଯାତ୍ରୀଙ୍କୁ ଏବେ ପକେଟ ଆକୃତିର ଏକ  ପିକଦାନି ଦେବ ଭାରତୀୟ ରେଳ। ଏହା ଦ୍ବାରା ଅଳିଆ ହେବ ନାହିଁ ବରଂ ଚାରା ସୃଷ୍ଟି ହେବ ବୋଲି ଜଣାପଡ଼ିଛି। ଏହି ପିକଦାନି ପୁନର୍ବାର ବ୍ୟବହାର ହୋଇପାରୁଥିବା ବେଳେ ମୃତ୍ତିକା ପାଇଁ କୌଣସି ଖରାପ ପ୍ରଭାବ ପକାଇବ ନାହିଁ।  ଏକ ଆକଳନ ଅନୁସାରେ, ଭାରତୀୟ ରେଳ ପକ୍ଷରୁ ଟ୍ରେନ୍‌ ଏବଂ ଷ୍ଟେସନ୍‌ ପରିସରରୁ ପାନ ଛେପର ଦାଗ ସଫା କରିବାକୁ ପ୍ରତିବର୍ଷ ୧୨୦୦ କୋଟି ଟଙ୍କା ଏବଂ ପ୍ରଚୁର ପରିମାଣରେ ପାଣି ନଷ୍ଟ ହେଉଛି । ତେଣୁ ଏବେ ପ୍ରାଥମିକ ପାର୍ଯ୍ୟାୟରେ ଦେଶର ୪୨ ଷ୍ଟେସନ୍‌ରେ ପିକଦାନି ବିକ୍ରି ପାଇଁ ଭେଣ୍ଡିଂ ମେସିନ୍‌ ଲଗାଯାଉଛି।

୫-୧୦ ଟଙ୍କାରେ ଏହି ମେସିନ୍‌ରୁ ପିକଦାନି କିଣିପାରିବେ ଯାତ୍ରୀ।  ପ୍ରାଥମିକ ପର୍ଯ୍ୟାୟରେ ଏହାକୁ ଓ୍ବେଷ୍ଟର୍ଣ୍ଣ, ନର୍ଦେନ ଏବଂ ସେଣ୍ଟ୍ରାଲ୍‌ ରେଲଓ୍ବେ ଜୋନ୍‌ରେ ଆରମ୍ଭ କରିବାକୁ ଠିକା ଦିଆଯାଇଛି। ପିକଦାନିକୁ ଲୋକେ ନିଜ ପକେଟ୍‌ରେ ରଖି ଯେଉଁଠି, ଯେତେବେଳେ ବି ଛେପ ପକାଇପାରିବେ। ଏହା ଦ୍ବାରା ଦୁର୍ଗନ୍ଧ କିମ୍ବା ଅଳିଆ ହେବ ନାହିଁ। ଏହାକୁ ମ୍ୟାକ୍ରୋମଲେକ୍ୟୁଲ୍‌ ପଲ୍ପ ଟେକନିକ୍‌ରେ ପ୍ରସ୍ତୁତ କରାଯାଉଛି ଯାହାକି, ଜୀବାଣୁ ଏବଂ ଭୂତାଣୁକୁ ଲକ୍‌ କରିପାରିବାର କ୍ଷମତା ରଖିଛି।

ଭିନ୍ନ ଆକୃତିର ଏହି ପାଉଚ୍‌କୁ ୧୫ରୁ ୨୦ ଥର ବ୍ୟବହାର କରାଯାଇପାରିବ। ପାଉଚ୍‌ରେ ପୂର୍ବରୁ ମଞ୍ଜି ରହିଥିବ ଯାହାକି ଛେପକୁ ଗ୍ରହଣ କରିବା ସହ ମାଟି ସଂସ୍ପର୍ଶରେ ଆସିଲେ ଚାରାରେ ପରିଣତ ହୋଇପାରିବ। ତେଣୁ ଟ୍ରେନ୍‌ରେ କିମ୍ବା ଷ୍ଟେସନ୍‌ରେ ଥୁକିଲେ ଆଉ ଅଳିଆ ହେବ ନାହିଁ ବରଂ ଗଛ ଉଠିବ, ପରିବେଶ ସୁରକ୍ଷିତ ରହିବ ।

   Related Posts