ଅନୁଗୁଳରେ ବ୍ୟାପିଛି ଝାଡ଼ାବାନ୍ତି ରୋଗ
26/09/2018 at 4:36 PM

ଅନୁଗୋଳ ୨୬/୦୯:ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ବଡହିରା ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ୭ ଜଣ ଆକ୍ରାନ୍ତ ହୋଇ ବିଭିନ୍ନ ଘରୋଇ କ୍ଲିନିକ ଏବଂ କଣିହାଁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଖବରପାଇ ଆଜି କଣିହାଁ ମେଡିକାଲ ଟିମ୍ ଗ୍ରାମରେ ପହଞ୍ଚି ଆକ୍ରାନ୍ତଙ୍କ ଚିକିତ୍ସା କରୁଛନ୍ତି। ଖୋଲା କୂଅରୁ ଦୂଷିତ ପାନୀୟ ଜଳର ବ୍ୟବହାର, ଝାଡ଼ାବାନ୍ତିର କାରଣ ବୋଲି ପ୍ରାଥମିକ ରିପୋଟରୁ ଜଣା ପଡ଼ିଛି। ତେବେ ସମସ୍ତଙ୍କୁ ମାଗଣା ଔଷଧ ଆଉ ହେଲୋଜିନ୍ ବଟିକା ଦିଆ ଯାଇଛି। ପରିସ୍ଥିତି ଉପରେ ସ୍ବାସ୍ଥ୍ୟ ବିଭାଗ ନଜର ରଖିଛି। ଆଉ ଅଧିକ ଲୋକ ଆକ୍ରାନ୍ତ ହୋଇନଥିବା ଜଣା ପଡ଼ିଛି।
Related Posts
କନ୍ଧମାଳ ପୋଲିସକୁ ସଫଳତା, ଚୋରି ସାମଗ୍ରୀ ଜବତ, ୫ ଗିରଫ
6 February 2023