ଟ୍ରମ୍ପଙ୍କ ବଦଳରେ ଚର୍ଚ୍ଚାରେ ସନ୍ନି: ଭାଇରାଲ ହେଲା ନିର୍ଦ୍ଦେ‌ଶକଙ୍କ ଟ୍ବିଟ୍‌...

Published By : Prameya-News7 Bureau | February 22, 2020 IST

ନୂଆଦିଲ୍ଲୀ୨୨/୨: ଆସନ୍ତା ୨୪ ତାରିଖରେ ୨ ଦିନିଆ ଭାରତ ଗ୍ରସ୍ତରେ ଆମେରିକାର ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପ ଆସିବେ। ରାଷ୍ଟ୍ରପତିଙ୍କ ଭାରତ ଗ୍ରସ୍ତ ନେଇ ଗଣମାଧ୍ୟମରେ ଲଗାତାର  ଖବର ପ୍ରସାରଣ ହେଉଛି। ଏହା ମଧ୍ୟ​‌ରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାମ ଗୋପାଳଙ୍କ ଗୋଟିଏ ଟ୍ବିଟ୍‌ ପୂରା ହଇଚଇ ସୃଷ୍ଟି କରିଛି। ରାମ ଗୋପାଳ ଟ୍ବିଟ୍‌ରେ ବଲିଉଡ୍‌ର ଚର୍ଚ୍ଚିତ ଅଭିନେତ୍ରୀ ସନ୍ନି ଲିୟୋନୀଙ୍କ ନାଁ ଉଲ୍ଲେଖ ରହିଛି।

{"id":227728,"sizeSlug":"large"}

ସୂଚନା ଅନୁସାରେ ୨ ଦିନିଆ ଭାରତ ଗ୍ରସ୍ତରେ ଟ୍ରମ୍ପ ଆସୁଛନ୍ତି। ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ବିଭିନ୍ନ ଖବର ପ୍ରସାରଣ ହେଉଛି। ଏପରି କି ଅହମଦାବାଦର ଏକ କୋଟି ଲୋକ ଟ୍ରମ୍ପଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିବେ ବୋଲି ଶୁଣା ଯାଉଛି। ଏକ କୋଟି ଲୋକ ଏକାଠି ହୋଇ ଟ୍ରମ୍ପଙ୍କୁ ସ୍ବାଗତ କରିବେ। ଏଭଳି ଖବର ସାମ୍ନାକୁ ଆସିବାରେ ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଳଙ୍କ ଟ୍ବିଟ୍‌କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା।

wp:core-embed/twitter {"url":"https://twitter.com/RGVzoomin/status/1231103444921896960?s=20","type":"rich","providerNameSlug":"twitter","className":""}
https://twitter.com/RGVzoomin/status/1231103444921896960?s=20
/wp:core-embed/twitter

ସେ ଟ୍ବଟ୍‌ରେ ଲେଖିଥିଲେ, ଡୋନାଲଡ୍‌ ଟ୍ରମ୍ପଙ୍କୁ ଏକ କୋଟି ଲୋକ ସ୍ବାଗତ କରିବେ ଯଦି ତାଙ୍କ ପାଖରେ ଅମିତାଭ ବଚ୍ଚନ, ସଲମାନ ଖାନ, ଅମିର ଖାନ, ଶାହରୁଖ ଖାନ୍‌ ରଜନୀକାନ୍ତ, କ୍ୟାଟ୍ରିନା କୈଫ୍, ଦୀପିକା ପାଦୁକୋନ ଓ ସନ୍ନି ଲିୟୋନୀ ରହିବେ। ତେବେ ରାମ ଗୋପାଳଙ୍କ ଟ୍ବିଟ୍‌ରେ ଏକ ଖାସ୍‌ କଥା ଦେଖିବାକୁ ମିଳିଛି। ସବୁ କଳାକାରଙ୍କ ନାଁ ଇଂରାଜୀର ସ୍ମଲ ଲେଟର ବା ଛୋଟ ଅକ୍ଷରରେ ଲେଖିଥିବା ବେଳେ ସନ୍ନି ଲିୟୋନୀଙ୍କ ନାଁ କ୍ୟାପିଟାଲ ବା ବଡ଼ ଅକ୍ଷରରେ ଲେଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.