ମେସର୍ସ ରାଜ ଏଣ୍ଟରିୟର ଉପରେ ଜିଏସଟି କେନ୍ଦ୍ରୀୟ ଗୁଇନ୍ଦା ବିଭାଗର ଚଢାଉ, ଧରା ପଡିଲା କୋଟି କୋଟି ଟଙ୍କାର ଟିକସ୍ ଠକେଇ

Published By : Prameya-News7 Bureau | July 22, 2022 IST

ଭୁବନେଶ୍ଵର: ନୟାପଲ୍ଲୀ ସ୍ଥିତ ମେସର୍ସ ରାଜ ଏଣ୍ଟରିୟର ବ୍ୟବସାୟିକ ସଂସ୍ଥା ଏବଂ ମାଲିକଙ୍କ ବାସଗୃହ ଉପରେ ଜିଏସଟି ଅଧିକାରୀଙ୍କ ଅତର୍କିତ ଚଢାଉ। ଜିଏସଟିର କେନ୍ଦ୍ରୀୟ ଗୁଇନ୍ଦା ବିଭାଗ(ଡିଜିଜିଆଇ) ତରଫରୁ ଏହି ଚଢାଉ କରାଯାଇଛି। ଏହି ସମୟରେ ମେସର୍ସ ରାଜ ଏଣ୍ଟରିୟରର ଚୋରା କାରବାର ସାମ୍ନାକୁ ଆସିପାରିଛି।

ଏଣ୍ଟରିୟର ଡେକୋରେସନ ଏବଂ ଅନ୍ୟାନ୍ୟ ବ୍ୟବସାୟରେ ଅନେକ ବର୍ଷ ଧରି ଲିପ୍ତ ରହିଛି ଏହି ସଂସ୍ଥା। ତେବେ କୋଟି କୋଟି ଟଙ୍କା କାରବାର କରୁଥିଲେ ମଧ୍ୟ ସରକାରୀ ଟିକସ୍ ପୈଠ କରୁଥିବା କାର୍ଯ୍ୟାନୁଷ୍ଠାନରୁ ଜଣା ପଡିଛି।, ମେସର୍ସ ରାଜ ଏଣ୍ଟରିୟର ଅନ୍ୟୁନ୍ ୨୦ କୋଟି ଟଙ୍କାର କାରବାର ଉପରେ ଟିକସ୍ ଠକେଇ କରିଥିବା ତଦନ୍ତରୁ ଜଣା ପଡିଛି। ଡିଜିଜିଆଇ ଓଡିଶାର ମହାନିର୍ଦ୍ଦେଶକ ଦେବାଶିଷ ସାହୁଙ୍କ ନେତୃତ୍ଵରେ ଟିକସ୍ ଫାଙ୍କି ବିରୋଧରେ ଲଗାତାର ଚଢାଉ ସହ ତଦନ୍ତ ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.