ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ପରଲୋକରେ ବ୍ରହ୍ମପୁର ଆଇଜର୍ ନିର୍ଦ୍ଦେଶକ ପ୍ରଫେସର୍‌ କେଭିଆର୍‌ ଚାରୀ

30/09/2022 at 11:20 PM

ବ୍ରହ୍ମପୁର ୩୦/୯: ଶୁକ୍ରବାର ଅପରାହ୍ଣରେ ବ୍ରହ୍ମପୁର ଆଇଜର୍ ନିର୍ଦ୍ଦେଶକ ପ୍ରଫେସର କେଭିଆର୍ ଚାରୀଙ୍କର (୬୮) ହୃଦଘାତରେ ମୃତ୍ୟୁ ହୋଇଛି। ସେ କୌଣସି କାର୍ଯ୍ୟରେ ଆମେରିକା ଯାଇଥିଲା ବେଳେ ହୃଦଘାତର ଶିକାର ହୋଇଥିଲେ। ପ୍ରଫେସର ଚାରୀ ବ୍ରହ୍ମପୁର ଆଇଜର୍ ପ୍ରତିଷ୍ଠାତା ନିର୍ଦ୍ଦେଶକଥିଲେ। ୨୦୧୭ ଅକ୍ଟୋବର ୧୦ରୁ ସେ ଏହି ଦାୟିତ୍ୱ ତୁଲାଉଥିଲେ। ସେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସିଣ୍ଡିକେଟ୍ ସଦସ୍ୟ ମଧ୍ୟ ଥିଲେ। ପ୍ରଫେସର୍ ଚାରୀଙ୍କ ସ୍ତ୍ରୀ ଓ ୨ ପୁଅ ଅଛନ୍ତି। ତାଙ୍କ ମୃତ୍ୟୁରେ ବ୍ରହ୍ମପୁର ଆଇଜର ସହିତ ବିଭିନ୍ନ ମହଲରେ ଶୋକର ଛାୟା ଖେଶିଯାଇଛି।

   Related Posts