ଡାଇରେକ୍ଟ ଟ୍ୟାକ୍ସ କଲେକ୍ସନରେ ଜବରଦସ୍ତ ବୃଦ୍ଧି: ସରକାରଙ୍କ ଅନୁମାନ ଠାରୁ ବି ଅଧିକ କର ସଂଗ୍ରହ

Published By : Prameya-News7 Bureau | April 21, 2024 IST

internet

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୩-୨୪ରେ ପ୍ରତ୍ୟକ୍ଷ କର ସଂଗ୍ରହରେ ବୃଦ୍ଧି ଦେଖିବାକୁ ମିଳିଛି। ଦେଶରେ ନେଟ୍‌ ଡାଇରେକ୍ଟ ଟ୍ୟାକ୍ସ କଲେକ୍ସନ ମାର୍ଚ୍ଚ ୨୦୨୪ ଶେଷ ଆର୍ଥିକ ବର୍ଷରେ ୧୯.୫୮ ଲକ୍ଷ କୋଟି ଟଙ୍କା ହୋଇଛି। ବାର୍ଷିକ ଆଧାରରେ ୧୭.୭୦ ପ୍ରତିଶତ ବୃଦ୍ଧି ହୋଇଛି। ଗତ ଆର୍ଥିକ ବର୍ଷରେ ଏହାର ପରିମାଣ ୧୬.୬୪ ଲକ୍ଷ କୋଟି ରହିଥିଲା

ଗତ ବଜେଟ୍‌ରେ ପ୍ରତ୍ୟକ୍ଷ କର ସଂଗ୍ରହ ୧୮.୨୩ ଲକ୍ଷ କୋଟି ହେବ ବୋଲି ଅନୁମାନ କରାଯାଇଥିଲା। ପରେ ପୁଣିଥରେ ସଂଶୋଧିତ କରି ୧୯.୪୫ ଲକ୍ଷ କୋଟି ହେବ ବୋଲି କୁହାଯାଇଥିଲା। କିନ୍ତୁ ରବିବାର ଜାରି ହୋଇଥିବା ଡାଟା ଅନୁସାରେ, ଅନୁମାନ ଠାରୁ ବି ଅଧିକ ଟ୍ୟାକ୍ସ ସଂଗ୍ରହ ହୋଇଛି।

କର୍ପୋରେଟ୍ ଟ୍ୟାକ୍ସ କଲେକ୍ସନରେ ବୃଦ୍ଧି

କେନ୍ଦ୍ରୀୟ ଟିକସ ବୋର୍ଡ(ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସେସ୍‌) ରବିବାର ଜାରି କରିଥିବା ଡାଟା ଅନୁସାରେ, ମୋଟ ପ୍ରତ୍ୟକ୍ଷ ଟିକସ(ଗ୍ରସ ଡାଇରେକ୍ଟ ଟ୍ୟାକ୍ସ) ସଂଗ୍ରହ ମଧ୍ୟ ଶେଷ ଆର୍ଥିକ ବର୍ଷରେ ୨୩.୩୭ ଲକ୍ଷ କୋଟି ଟଙ୍କା ହୋଇଛି। ଯାହା ୨୦୨୨-୨୩ ଆର୍ଥିକ ବର୍ଷରେ ହୋଇଥିବା ୧୯.୭୨ ଲକ୍ଷ କୋଟି ଠାରୁ ୧୮.୪୮ ପ୍ରତିଶତ ଅଧିକ।

ମୋଟ କର୍ପୋରେଟ୍ ଟ୍ୟାକ୍ସ ସଂଗ୍ରହ ମଧ୍ୟ ୨୦୨୩-୨୪ ଆର୍ଥିକ ବର୍ଷରେ ୧୩.୦୬ ପ୍ରତିଶତ ବୃଦ୍ଧି ହୋଇ ୧୧.୩୨ ଲକ୍ଷ କୋଟିରେ ହୋଇଛି। ପୂର୍ବ ଆର୍ଥିକ ବର୍ଷରେ ଏହି ସଂଖ୍ୟା ୧୦ ଲକ୍ଷ କୋଟି ଟଙ୍କା ଥିଲା। ଆୟକର ବିଭାଗର ସୂଚନା ଅନୁଯାୟୀ, ଏହି ସମୟ ମଧ୍ୟରେ ନେଟ୍ କର୍ପୋରେଟ୍ ଟ୍ୟାକ୍ସ ସଂଗ୍ରହ ମଧ୍ୟ ୧୦.୨୬ ପ୍ରତିଶତ ବୃଦ୍ଧି ହୋଇ ୯.୧୧ ଲକ୍ଷ କୋଟିରେ ପହଞ୍ଚିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଏହି ସଂଖ୍ୟା ୮.୨୬ ଲକ୍ଷ କୋଟି ଥିଲା।

୩.୭୦ ଲକ୍ଷ କୋଟି ଟଙ୍କାର ରିଫଣ୍ଡ ଜାରି

ପଢ଼ନ୍ତୁ-ପାଣି ବୋତଲକୁ ନେଇ ଖୁବ୍‌ଶୀଘ୍ର ନୂଆ ନିୟମ; ବଜାରରୁ ଗାୟବ ହୋଇଯାଇପାରେ ଏହିସବୁ ବୋତଲ

ଗତ ଆର୍ଥିକ ବର୍ଷରେ ଗ୍ରସ ପର୍ସନାଲ୍‌ ଇନ୍‌କମ୍ ଟ୍ୟାକ୍ସ କଲେକ୍ସନ ୨୪.୨୬ ପ୍ରତିଶତ ବୃଦ୍ଧି ହୋଇ ୧୨.୦୧ ଲକ୍ଷ କୋଟିରେ ପହଞ୍ଚିଛି। ଯାହା ୨୦୨୨-୨୩ ଆର୍ଥିକ ବର୍ଷରେ ଏହି ସଂଖ୍ୟା ୯.୬୭ ଲକ୍ଷ କୋଟି ଥିଲା। ୨୦୨୩-୨୪ ଆର୍ଥିକ ବର୍ଷରେ ନେଟ୍ ପର୍ସନାଲ ଆୟକର ସଂଗ୍ରହ ମଧ୍ୟ ୨୫.୨୩ ପ୍ରତିଶତ ବୃଦ୍ଧି ପାଇଛି। ଏହା ୧୦.୪୪ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି | ପୂର୍ବ ଆର୍ଥିକ ବର୍ଷରେ ଏହା ୮.୩୩ ଲକ୍ଷ କୋଟି ଥିଲା। ସିବିଡିଟି ଅନୁଯାୟୀ, ୨୦୨୩-୨୪ ଆର୍ଥିକ ବର୍ଷରେ ୩.୭୯ ଲକ୍ଷ କୋଟି ଟଙ୍କା ରିଫଣ୍ଡ ମଧ୍ୟ ଜାରି କରାଯାଇଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଜାରି ହୋଇଥିବା ରିଫଣ୍ଡ ୩.୦୯ ଲକ୍ଷ କୋଟି ତୁଳନାରେ ୨୨.୭୪ ପ୍ରତିଶତ ବୃଦ୍ଧି ଘଟିଛି।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.