ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ଏକ ଟଙ୍କାର ହିସାବରେ ବୁଝନ୍ତୁ ସରକାରଙ୍କ ଆୟ-ବ୍ୟୟ, ଜାଣନ୍ତୁ କେମିତି ଚାଲେ ଦେଶ ?

1/02/2023 at 11:03 PM

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହା ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ । ନିଜ ଭାଷଣର ଆରମ୍ଭରେ ନିର୍ମଳା ସୀତାରମଣ ଏହାକୁ ଅମୃତକାଳର ପ୍ରଥମ ବଜେଟ୍ ବୋଲି କହିଥିଲେ ।

ବଜେଟରେ ସରକାର କେଉଁ ମାର୍ଗରୁ ଆୟ କରିବେ ଏବଂ କେଉଁଠି କେତେ ଖର୍ଚ୍ଚ କରିବେ ତାର ବିବରଣୀ ପ୍ରଦାନ କରିଥାନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି ଯେ ୨୦୨୩-୨୪ରେ ସରକାର ୪୫ ଲକ୍ଷ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିବେ । ଏହା କେବଳ ବଜେଟ ଅନୁମାନ, ସାଧାରଣତଃ ବଜେଟରେ ଯେଉଁ ଖର୍ଚ୍ଚର ଅନୁମାନ କରାଯାଇଥାଏ, ତାହାଠାରୁ ବହୁ ଅଧିକ ଖର୍ଚ୍ଚ ହୋଇଥାଏ । ୨୦୨୨-୨୩ରେ ସରକାର ୩୯.୪୪ ଲକ୍ଷ କୋଟି ଟଙ୍କା ଖର୍ଚ୍ଚର ଅନୁମାନ କରିଥିଲେ, କିନ୍ତୁ ଖର୍ଚ୍ଚ ୪୨ କୋଟି ଟଙ୍କା ଯାଏ ପହଞ୍ଚି ସାରିଛି । ସରକାରଙ୍କ ଅନୁମାନ ୨୦୨୩-୨୪ରେ ୪୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ, ଏଥିରୁ ୨୭.୧୬ ଲକ୍ଷ କୋଟି ଟଙ୍କା ଟିକସ ଏବଂ ଅନ୍ୟ ମାର୍ଗରେ ଆସିବ । କିନ୍ତୁ ଅନ୍ୟ ଖର୍ଚ୍ଚ ପାଇଁ ସରକାର ଋଣ କରିବେ । ସରକାର ଆର୍ଥିକ ବର୍ଷ ୨୩ରେ ୧୭.୮୬ ଲକ୍ଷ କୋଟି ଟଙ୍କାରୁ ଅଧିକ ଋଣ କରିବେ ।

କେଉଁଠୁ ଆୟ ହେବ ?

ଯଦି ସରକାର ଏକ ଟଙ୍କା ଆୟ କରନ୍ତି, ତେବେ ଏଥିରୁ ୩୪ ପଇସା ଋଣ କରନ୍ତି । ଏହାଛଡା ୧୭ ପଇସା ଜିଏସଟିରୁ ଆସିବ । ଅନ୍ୟ ୧୫-୧୫ ପଇସା ଆୟକର ଟିକସ ଏବଂ କର୍ପୋରେସନ ଟ୍ୟାକ୍ସରୁ ଆସିବ । ୭ ପଇସା ଏକ୍ସସାଇଜ୍ ଡ୍ୟୁଟି, ୬ ପଇସା ନନ-ଟ୍ୟାକ୍ସ ରାଜସ୍ୱରୁ, ୪ ପଇସା କଷ୍ଟମ ଡ୍ୟୁଟି ଏବଂ ୨ ପଇସା କ୍ୟାପିଟଲ ରିସିପ୍ଟରୁ ଆୟ କରିବେ ।

କେଉଁଠି ଖର୍ଚ୍ଚ କରିବେ ?

ସେହିପରି ସରକାର ଯେଉଁ ଏକ ଟଙ୍କା ଖର୍ଚ୍ଚ କରିବେ, ସେଥିରୁ ୨୦ ପଇସା ଋଣ ଉପରେ ସୁଧ ପରିଶୋଧରେ ବ୍ୟୟ କରିବେ । ଏହାଛଡା ୧୮ ପଇସା ରାଜ୍ୟକୁ ଟିକସ ଏବଂ ଡ୍ୟୁଟିର ଅଂଶ ପୈଠରେ ଖର୍ଚ୍ଚ କରିବାକୁ ପଡିବ । ୧୭ ପଇସା କେନ୍ଦ୍ର ଏବଂ ୯ ପଇସା କେନ୍ଦ୍ର ପ୍ରାୟୋଜିତ ଯୋଜନାରେ ଖର୍ଚ୍ଚ କରାଯିବ । ଏହାପରେ ୯ ପଇସା ଅର୍ଥ ଆୟୋଗ ପାଖକୁ ଯିବ, ୮ ପଇସା ପ୍ରତିରକ୍ଷା, ୭ ପଇସା ସବସିଡି ଉପରେ, ୪ ପଇସା ପେନସନ ଏବଂ ବଳକା ୮ ପଇସା ଅନ୍ୟ ମାର୍ଗରେ ଖର୍ଚ୍ଚ କରାଯିବ ।

ସରକାରଙ୍କ ଆୟ ୨୭ ଲକ୍ଷ କୋଟି ଟଙ୍କା ଏବଂ ଖର୍ଚ୍ଚ ୪୫ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି । ଯେତେବେଳେ ଆୟ କମ ଏବଂ ଖର୍ଚ୍ଚ ଅଧିକ ହୁଏ ତେବେ ସରକାରଙ୍କ ଆର୍ଥିକ ନିଅଣ୍ଟ ବଢିଥାଏ । ଆର୍ଥିକ ବର୍ଷ ୨୦୨୩-୨୪ରେ ସରକାରଙ୍କ ରାଜସ୍ୱ ନିଅଣ୍ଟ ଜିଡିପିର ୫.୯ କୋଟି ରହିବା ନେଇ ଅନୁମାନ ରହିଛି । ଏହା ପୂର୍ବରୁ ୨୦୨୨-୨୩ରେ ରାଜସ୍ୱ ନିଅଣ୍ଟ ୬.୪ ପ୍ରତିଶତ ଥିଲା । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ବଜେଟ୍ ଭାଷଣରେ କହିଛନ୍ତି ଯେ ୨୦୨୫-୨୬ ଯାଏ ରାଜସ୍ୱ ନିଅଣ୍ଟ ଜିଡିପିର ୪.୫ ପ୍ରତିଶତ ତଳକୁ ଅଣାଯିବାର ଟାର୍ଗେଟ ରହିଛି ।

   Related Posts