ଭୁବନେଶ୍ୱରରୁ ସିଙ୍ଗାପୁରକୁ ସିଧାସଳଖ ଉଡିଲା ବିମାନ, ସପ୍ତାହକୁ ଉଡିବ ୨ ଦିନ

Published By : Prameya-News7 Bureau | June 03, 2023 IST

ଭୁବନେଶ୍ୱର ୦୩।୦୬ : ଭୁବନେଶ୍ୱରରୁ ସିଙ୍ଗାପୁରକୁ ସିଧାସଳଖ ଉଡିଲା ବିମାନ । ଇଣ୍ଡିଗୋ ଏୟାରଲାଇନ୍ସର ୧୮୬ ଯାତ୍ରୀ କ୍ଷମତା ବିଶିଷ୍ଟ ଏହି ବିମାନ । ଶନିବାର ସକାଳ ୬.୨୫ ମିନିଟରେ ବିଜୁ ପଟ୍ଟନାୟକ ବିମାନ ବନ୍ଦର ଛାଡିଥିଲା । ସିଙ୍ଗାପୁରରେ ୧୦.୩୫ ମିନିଟରେ ପହଞ୍ଚିବ ବିମାନ ।

ତେବେ ଓଡିଶାକୁ ଦକ୍ଷିଣ ପୂର୍ବ ଏସିଅ ଦେଶ ସହ ସଂଯୋଗ କରିବ ଏହି ବିମାନ । ବାଣିଜ୍ୟ ଓ ପରିବହନ ବିଭାଗ ସଚିବ ଉଷା ପାଢ଼ୀ ଏହି ବିମାନକୁ ଶୁଭାରମ୍ଭ କରିଛନ୍ତି। ସନ୍ଧ୍ୟାରେ ବ୍ୟାଙ୍କକ୍‌ ସିଧାସଳଖ ଯାତ୍ରା କରିବ ଆଉ ଏକ ବିମାନ । ଉଭୟ ସିଙ୍ଗାପୁର ଓ ବ୍ୟାଙ୍କକ୍‌ ପାଇଁ ଯିବା ଆସିବା ମୂଲ୍ୟ ୧୫ ହଜାର ଲେଖାଏଁ ରଖାଯାଇଛ । ପ୍ରଥମ ଦିନରେ ଏସଏସଜି ମହିଳା, ଜନପ୍ରତିନିଧି ଓ କିଛି ଯାତ୍ରୀଙ୍କୁ ନେଇ ଉଡାଣ ଭରିଛି ବିମାନ । ସପ୍ତାହକୁ ୨ ଦିନ ଭୁବନେଶ୍ୱରରୁ ସିଙ୍ଗାପୁର ଯିବ ଏହି ବିମାନ । ପୂର୍ବରୁ ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଯାତ୍ରା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.