ନୂଆଦିଲ୍ଲୀ ୦୮/୦୮: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ମହିଳା ଟିମ୍ ରୋମାଞ୍ଚକର ମୁରାବିଲାରେ ଅଷ୍ଟ୍ରେଲିଆଠୁ ପରାସ୍ତ ହୋଇଛି । ଫଳରେ ଦଳକୁ ରୁପା ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି । ଏହି ମୁକାବିଲା ରବିବାର ବର୍ମିହାଂମର ଏଜବେଷ୍ଟନରେ ଖେଳାଯାଇଥିଲା । ମ୍ୟାଚ୍ ଖୁବ୍ ରୋମାଞ୍ଚକର ଥିଲା । ଯେଉଁଥିରା ଟିମ୍ ଇଣ୍ଡିଆ ମାତ୍ର ୯ ରନରେ ପରାସ୍ତ ହୋଇଥିଲା ।
ଫାଇନାଲରେ ବ୍ୟାଟର ଓ ବୋଲରଙ୍କ ସହ ଫିଲ୍ଡରମାନେ ଦମଦାର ପ୍ରଦର୍ଶନ କରିଥିଲେ । ଭାରତୀୟ ଖେଳାଳି ମଧ୍ୟ ପଛରେ ରହିନଥିଲେ । ମ୍ୟାଚରେ ଦୀପ୍ତି ଶର୍ମା ଗୋଟିଏ ହାତରେ ଆଶ୍ଚର୍ଯ୍ୟଜନକ କ୍ୟାଚ୍ ଧରିଥିଲେ । ଯାହାକୁ ଦେଖି ଫ୍ୟାନ୍ ଓ ସାଥି କ୍ରିକେଟର ମଧ୍ୟ ଚକିତ ହୋଇଯାଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି । ୟୁଜର ମଧ୍ୟ ଦୀପ୍ତିଙ୍କ ଏହି କ୍ୟାଚକୁ ପ୍ରଶଂସା କରୁଛନ୍ତି ।
wp:html/wp:htmlWhat a catch from Deepti Sharma One handed catch 😳🤯
— Honey Bae (@Honeybae44) August 7, 2022
One word for this catch 💞#INDvsAUS #IndianCricketTeam pic.twitter.com/hdZ5Lav9bV
ଗୋଟିଏ ହାତରେ କ୍ୟାଚ୍
ଏହି ଘଟଣା ଅଷ୍ଟ୍ରେଲିଆ ପାଳିର ୧୮ତମ ଓଭରରେ ଘଟିଥିଲା । ସ୍ନେହ ରାଣାଙ୍କ ଓଭରର ଦ୍ୱିତୀୟ ବଲରେ ଅଷ୍ଟ୍ରେଲିଆ ଖେଳାଲି ବ୍ୟାତ୍ ମୁନି ମିଡ୍ ଅନରେ ଏକ ସଟ୍ ଖେଳିଥିଲେ । ଏହାକୁ କ୍ୟାଚ୍ କରିବା ପାଇଁ ଦୀପ୍ତି ଡାଇଭ୍ କରିଥିଲେ । ଡାଇଭ୍ ସହ ଗୋଟିଏ ହାତରେ ସେ କ୍ୟାଚ୍ ନେଇଥିଲେ । ସେତେବେଳେ ମୁନୀ ୬୧ ରନରେ ବ୍ୟାଟିଂ କରୁଥିଲେ । ଏହି ଓ୍ୱିକେଟ୍ ଭାରତୀୟ ଟିମ୍ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଥିଲା ।
ହରମନଙ୍କ ଦମଦାର ବ୍ୟାଟିଂ, ତଥାପି ହାରିଲା ଭାରତ
ମ୍ୟାଚରେ ଭାରତ ଭଲ ବୋଲିଂ କରିଥିଲା । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୨୦ ଓଭରରେ ୮ ଓ୍ୱିକେଟ୍ ହରାଇ ୧୬୧ ରନ୍ କରିଥିଲା । ଦଳ ପାଇଁ ମୁନୀ ୪୧ ବଲରୁ ୬୧ ରନ୍ କରିଥିଲେ । ଟାର୍ଗେଟର ପିଛା କରୁଥିବା ଭାରତ ୧୫୨ରେ ଅଟକି ଯାଇଥିଲା । ଅଧିନାୟକ ହରମନପ୍ରିତ ୪୩ ବଲରୁ ୬୫ ରନର ଇନିଂସ ଖେଳିତିଲେ । କିନ୍ତୁ ସେ ଆଉଟ୍ ହେଲା ପରେ ଦଳର ବିଜୟ ହାତଛଡା ହୋଇଥିଲା ।