ସାହାରା ଇଣ୍ଡିଆ ଅଫିସ୍‌ ଆଗରେ ଜମାକାରୀଙ୍କ ଧାରଣା; ବହୁବର୍ଷ ପରେ ମିଳୁନି ଜମାଟଙ୍କା

Published By : Prameya-News7 Bureau | November 09, 2022 IST

ବାଲିପାଟଣା ୦୯/୧୧: ରାଜଧାନୀ ଉପକଣ୍ଠ ବାଲିପାଟଣା ମଧୁବନ ଛକରେ ଥିବା ସାହାରା କାର୍ଯ୍ୟାଳୟ ଆଗରେ ସାହାରା ଜମାକାରୀମାନେ ଗଣଧାରଣା ଦେଇଛନ୍ତି। ବାଲିପାଟଣାର ଜମାକାରୀ ଜମା ରଖିଥିବା ଟଙ୍କା ବହୁବର୍ଷ ହେଲା ଫେରସ୍ତ ପାଇପାରୁ ନାହାନ୍ତି। ଏପରିକି ଜରୁରୀ କାଳୀନ ପରିସ୍ଥିତିରେ ମଧ୍ୟ ଜମା ଟଙ୍କା ଫେରି ପାଇପାରୁ ନାହାନ୍ତି। ଏହାକୁ ବିରୋଧ କରି ଜମାକାରୀମାନେ ସାହାରା ଇଣ୍ଡିଆ ବାଲିପାଟଣା କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି। ବାଲିପାଟଣାର ପ୍ରାୟ ୧୦ ହଜାର ଜମାକାରୀ ସେମାନଙ୍କ ଜମା ଟଙ୍କା ପାଇ ନଥିବା ଅଭିଯୋଗ କରିଛନ୍ତି। ଧାରଣା ବେଳେ ଜମାକାରିମାନେ ସାହାରା ଇଣ୍ଡିଆ କମ୍ପାନୀ ବିରୋଧରେ ବିଭିନ୍ନ ନାରାବାଜି ଓ ସ୍ଲୋଗାନ ଦେଉଥିବାର ଚିତ୍ର ସାମ୍ନାକୁ ଆସିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.