ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ପୈଗମ୍ବର ମହମ୍ମଦଙ୍କୁ ନେଇ ନେତାଙ୍କ ବୟାନରୁ ବଢିଲା ଦେଶର କୂଟନୈତିକ ସମସ୍ୟା, ସମ୍ପର୍କ ସୁଧାର ଲାଗି ଉଦ୍ୟମ ଜାରି

6/06/2022 at 6:24 PM

ନୂଆଦିଲ୍ଲୀ ୬।୬: ନୂପୁର ଶର୍ମା ଓ ନବୀନ କୁମାର ଜିନ୍ଦଲଙ୍କ ଦାୟିତ୍ୱହୀନ ମନ୍ତବ୍ୟ  ନା କେବଳ ଭାରତ ବିରୋଧୀ ତତ୍ୱଙ୍କୁ ସୁଯୋଗ ଦେଇଛି ବରଂ ଭାରତ ଲାଗି ଜଟିଳ କୂଟନୈତିକ ସମସ୍ୟା ଛିଡା କରିଦେଇଛି। ଏଣୁ କେନ୍ଦ୍ର ସରକାର ଖାସ କରି ବୈଦେଶିକ ମନ୍ତ୍ରାଳୟ ଏବେ ସମ୍ପର୍କରେ ସୃଷ୍ଟି ହୋଇଥିବା ଫାଟ  ମରାମତିରେ ଲାଗିପଡିଛନ୍ତି। 

ଏବେ ଦେଖା ଯାଉଛି ଦଳର ଛୋଟମୋଟ ନେତାଙ୍କ ଏପରି କଥା କୁହାଳିଆ ଗୁଣ  ଗତ ୮ ବର୍ଷ ହେଲା ଉପସାଗରୀୟ ଦେଶଙ୍କ ସମ୍ପର୍କକୁ ମଧୁର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟମ ପାଣି କରି ଦେଇପାରେ। ଏଥିରେ ନା କେବଳ ଉପସାଗରୀୟ ଦେଶମାନଙ୍କରେ ବସବାସ କରୁଥିବା ଭାରତୀୟ ସମୁଦାୟଙ୍କ ଲାଗି ସମସ୍ୟା ଉପୁଜିବ ଭାରତୀୟ ଉତ୍ପାଦ ଲାଗି ଉପସାଗରୀୟ ବଜାର ଓ ଇସ୍ଲାମିକ ଦେଶରେ ନିବେଶର ରାସ୍ତା ବି ପ୍ରଭାବିତ ହେବ ବୋଲି ଆଶଙ୍କା କରାଗଲାଣି।

୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଶାସନ ସମ୍ଭାଳିବା ପରେ ଭାରତର ଉର୍ଜା ସୁରକ୍ଷା ଲାଗି ଗୁରୁତ୍ୱପୂର୍ଣ୍ଣ ଉପସାଗରୀୟ କ୍ଷେତ୍ରର ଇସ୍ଲାମିକ ଦେଶଙ୍କ ସହ ସମ୍ପର୍କ ବୃଦ୍ଧି ଲାଗି ଧ୍ୟାନ ଦେଇଆସିଛନ୍ତି। ଏଥିଲାଗି ସେ ଅନେକ ଗସ୍ତ ମଧ୍ୟ କରିଛନ୍ତି ଓ ରଣନୈତିକ ସମ୍ପର୍କ ଲାଗି ଅନେକ ରାଜିନାମା ମଧ୍ୟ ସ୍ୱାକ୍ଷର କରିଛନ୍ତି। ଏଥି ଲାଗି ସାଉଦୀ ଆରବ ଓ ୟୁଏଇ ଭଳି ଦେଶ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୀର୍ଷ ନାଗରିକ ସମ୍ମାନରେ ମଧ୍ୟ ସମ୍ବର୍ଦ୍ଧିତ କରିଛନ୍ତି।

କେବଳ ଏତିକି ନୁହେଁ ବାହାରିନ, ୟୁଏଇ ସମେତ କେତେକ ଇସ୍ଲାମିକ ଦେଶ ଭାରତୀୟ ହିନ୍ଦୁ ସଙ୍ଗଠନଙ୍କୁ ମନ୍ଦିର ନିର୍ମାଣ ଲାଗି ଜମି ଦେବା ସହିତ ପାରସ୍ପାରିକ ବ୍ୟାପାର ବୃଦ୍ଧି ଲାଗି ଅନେକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ମଧ୍ୟ କରିଛନ୍ତି। ଗତ ୪ ବର୍ଷ ହେଲା ଭାରତ ଓ ଉପସାଗରୀୟ ଦେଶଙ୍କ ମଧ୍ୟରେ ଦ୍ୱିପାକ୍ଷୀ ବ୍ୟାପାର ଲଗାତାର ବଢିବଢି ଚାଲିଛି। ଏହା ସହ ଗତ ୮ ବର୍ଷ ହେଲା ଉପସାଗରୀୟ ଦେଶରୁ ଭାରତରେ ନିବେଶ ମଧ୍ୟ ବଢିଛି। କାଶ୍ମୀରରେ ଔଦ୍ୟୋଗିକ ନିବେଶ ଲାଗି ୟୁଏଇ ପ୍ରତିନିଧି ଦଳ ମଧ୍ୟ ପଠାଇଥିଲା।

ଏବେ କଥା କେବଳ ପଶ୍ଚିମର ଉପସାଗରୀୟ ଅଥବା ମଧ୍ୟ ଏସିଆର ଇସ୍ଲାମିକ ଦେଶଙ୍କ ମଧ୍ୟରେ ସୀମିତ ନାହିଁ। ପୂର୍ବରେ ଭାରତର ପଡୋଶୀ ବାଂଲାଦେଶ, ଦକ୍ଷିଣ-ପୂର୍ବରେ ଥିବା ମାଲେସିୟା ଓ ଇଣ୍ଡୋନେସିଆ ଭଳି ଦେଶଙ୍କ ସହ ସମ୍ପର୍କକୁ ନୂପୁର ଶର୍ମା  ଓ ନବୀନ କୁମାରଙ୍କ ଭଳି ନେତାଙ୍କ ବୟାନ ଯୋଗୁ ପ୍ରଭାବିତ କରିପାରେ।

ପୈଗମ୍ବର ମହମ୍ମଦଙ୍କ ପ୍ରତି ଅସମ୍ମାନଜନକ କୌଣସି ବି ପ୍ରତିକ୍ରିୟା ଏପରି ଏକ ଲକ୍ଷ୍ମ ରେଖା ଯାହା ଉପରେ ପାଦ ରଖିବାମାତ୍ରେ ପ୍ରତିକ୍ରିୟା ସ୍ୱଭାବିକ। ଏଥିରେ ଭାରତରେ ଶାସକ ଦଳ ବିଜେପିରେ ନୁପୁର ଓ ନବୀନଙ୍କ ରାଜନୈତିକ ପଦପଦବୀ ଉଚ୍ଚ ନ ହୋଇଥିଲେ କଣ ହେଲା ସେମାନଙ୍କ ବୟାନ ବଡ ପ୍ରତିକ୍ରିୟା ଲାଗି ମୌକା କିନ୍ତୁ ନିଶ୍ଚିତ ଦେଉଛି। କ୍ୱେତ, କତାର ଓ ଇରାନ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଡକାଇ ସେମାନଙ୍କ ଅସନ୍ତୋଷ ପ୍ରକାଶ କରିସାରିଲେଣି। ଏଥିରେ ଇସ୍ଲାମିକ ଦେଶଙ୍କ ସଙ୍ଗଠନ ଓଆଇସି ସଚିବାଳୟ ମହମ୍ମଦଙ୍କ ବିରୋଧରେ କ୍ଷମତାସୀନ ଦଳର ନେତାଙ୍କ ନାମ ନେଇ ମୁସ୍ଲିମ ବିରୋଧୀ ମାହୋଲ ସୃଷ୍ଟି ଲାଗି ଉଦ୍ୟମ ଆରମ୍ଭ କରିଦେଇଛି।

୫୭ ଇସ୍ଲାମ ଦେଶଙ୍କ ଏହି ସଙ୍ଗଠନ ହିଜାବ ବିବାଦରୁ ଆରମ୍ଭ କରି ଅନ୍ୟ ବିବାଦଙ୍କ ଉଲ୍ଲେଖ କରି ଭାରତରେ ମୁସଲମାନଙ୍କ ସୁରକ୍ଷାକୁ ନେଇ  ନିଜର ଉଦବେଗ ପ୍ରକାଶ କରିଛି। ଏଥିରେ ଓଆଇସିଙ୍କ ଉଦବେଗକୁ ବୈଦେଶିକ ମନ୍ତ୍ରାଳୟ ଅଦରକାରୀ ଓ ଛୋଟ ବିଚାରର ବୋଲି କହିଛି। ଏଥିରେ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ ଭାରତ ସବୁ ଧର୍ମର ସମ୍ମାନ କରେ ବୋଲି କହିଛନ୍ତି। ଅପମାନଜନକ ବକ୍ତବ୍ୟ ଓ ଟ୍ୱିଟ୍‌ କିଛି ଲୋକ କରିଛନ୍ତି। କୌଣସି ପ୍ରକାରରେ ଏହା ଭାରତ ସରକାରଙ୍କ ନୀତି ନୁହେଁ ଏଥିପ୍ରତି ସରକାରଙ୍କ ସମ୍ମତି ବି ନାହିଁ। ଏପରି ମତ ମନ୍ତବ୍ୟ କରିଥିବା ଲୋକଙ୍କ ବିରୋଧରେ ସମ୍ପର୍କିତ ସଂସ୍ଥାମାନେ କାର୍ଯ୍ୟାନୁଷ୍ଠାନ ମଧ୍ୟ କରିଥିବା କହିଛନ୍ତି।         

ଏଥିରେ ସରକାର ଏବେ ଦୃଢ କାର୍ଯ୍ୟାନୁଷ୍ଠାନର ବାର୍ତ୍ତା ଦେବା ସହ ପରିସ୍ଥିତିକୁ କିପରି ଆୟତ୍ତ କରାଯାଇପାରିବ ତାହା ସରକାର ଚିନ୍ତା କରିବା ଦରକାର। ଯାହାଦ୍ୱାରା ଭାରତ ବିରୋଧୀ ଲବିକୁ ଆର୍ଥିକ ଓ ରଣନୈତିକ ହିତର କ୍ଷତି ଲାଗି ଯେପରି ସୁଯୋଗ ନ ମିଳୁ। ଏଥିରେ ଘରୋଇ ରାଜନୈତିକ ପ୍ରଭାବ ବିସ୍ତାର ଲାଗି ରାଜନୈତିକ ବୟାନ ବାଜୀ ବୈଶ୍ୱିକ ସ୍ତରରେ ସମସ୍ୟା ନ ହେଉ ସେଥିପ୍ରତି ରାଜନେତାମାନେ ଧ୍ୟାନ ଦେବା ଦରକାର ବୋଲି କୁହଯାଉଛି।

   Related Posts