ମାତା ସୀତାଙ୍କର ଗ୍ଲାମର ଲୁକ୍ ଦେଖି ଚକିତ ହେଲେ ଭକ୍ତ

Published By : Prameya-News7 Bureau | April 29, 2020 IST

ମୁମ୍ବାଇ ୨୯/୪: ରାମାନନ୍ଦ ସାଗରଙ୍କ ଧାରାବାହିକ ରାମାୟଣର ଦୂରଦର୍ଶନରେ  ପୁନଃ ପ୍ରସାରଣ ହେଉଛି। ରାମାୟଣ ପୁଣି ଥରେ ଦୂରଦର୍ଶନରେ ପ୍ରସାରଣ ହେବା ଫଳରେ ଏହାର କଳାକାର ମଧ୍ୟ ଚର୍ଚ୍ଚାରେ ଆସିଯାଇଛନ୍ତି। ଆଜି ରାମାୟଣର ସୀତା ଅର୍ଥାତ୍ ଦୀପିକା ଚିଖଲିୟା ନିଜର ୫୫ତମ ଜନ୍ମଦିନ ପାଳନ କରୁଛନ୍ତି।

{"id":261855,"sizeSlug":"large"}

ରାମାୟଣର ସୀତାଙ୍କ ଚେହେରା ସମସ୍ତଙ୍କର ମନେ ରହିଛି,କିନ୍ତୁ ଦୀପିକା ଚିଖଲିୟାଙ୍କୁ କମ୍ ଲୋକ ଜାଣିଛନ୍ତି। ରାମାୟଣରେ ସଂସ୍କାରୀ ଲୁକରେ ଦେଖାଯାଉଥିବା ଦୀପିକା ବାସ୍ତବ ଜୀବନରେ ବହୁତ ଗ୍ଲାମରସ୍।

{"id":261856,"sizeSlug":"large"}

ଦୀପିକା ଇନଷ୍ଟାଗ୍ରାମରେ ଅଧିକାଂଶ ସମୟରେ ଫଟୋ ସେୟାର କରନ୍ତି। ଏହି ଫଟୋରେ ତାଙ୍କର ପୂରା ଭିନ୍ନ ଅବତାର ନଜର ଆସୁଛି। ଏସବୁ ଫଟୋ ଆପଣ ଆଗରୁ କେବେ ଦେଖି ନଥିବେ।

{"id":261859,"width":579,"height":612,"sizeSlug":"large"}

ଦୀପିକା ଚିଖଲିୟାଙ୍କ କ୍ୟାରିୟରରେ ରାମାୟଣ ମାଇଲ୍ ଖୁଣ୍ଟ ସାବ୍ୟସ୍ତ ହୋଇଥିଲା। ସୀତାଙ୍କ ଭୂମିକାରେ ଅଭିନୟ କରିବା ପରେ ଅସଲ ଜୀବନରେ ଲୋକେ ତାଙ୍କୁ ଭଗବାନ ସମ ପୂଜା କରିବାକୁ ଲାଗିଥିଲେ। ଏଥିପାଇଁ ତାଙ୍କ ଉପରକୁ କିଛି ଦାୟିତ୍ବ ଆସିଯାଇଥିଲା।

{"id":261860,"sizeSlug":"large"}

ଦୀପିକା ଏକ ସାକ୍ଷାତକାରରେ କହିଥିଲେ ଯେ,‘ ସେ ଫିଲ୍ମରେ ସର୍ଟ ଡ୍ରେସ୍ ପିନ୍ଧିବାକୁ ଚାହୁଁନଥିଲେ କାରଣ ଏହା ତାଙ୍କ ଇମେଜ ବିରୋଧରେ ଯାଇଥାନ୍ତା। ସେ ସୀତାଙ୍କ ଭୂମିକାରେ ଅଭିନୟ କରିଥିଲେ ତେଣୁ ଲୋକେ ତାଙ୍କୁ ସେହି ଭଳି ଦେଖିବାକୁ ଚାହୁଁଥିଲେ। ଏଥିପାଇଁ ସେ ଫ୍ୟାନ୍ସଙ୍କ ଫିଲିଂସକୁ ହର୍ଟ କରିବାକୁ ଚାହୁଁନଥିଲେ।’

{"id":261861,"sizeSlug":"large"}

ଦୀପିକା ରାମାୟଣ ବ୍ୟତୀତ ବିକ୍ରମ ଔର ବେତାଲ ସିରିୟଲରେ କାମ କରିଛନ୍ତି। ଦୀପିକା ଟିଭି ଇଣ୍ଡଷ୍ଟ୍ରି ସହ ବଲିଉଡ ଏବଂ ଆଞ୍ଚଳିକ ସିନେମାରେ ମଧ୍ୟ କାମ କରିଛନ୍ତି। କିନ୍ତୁ କିଛି ଫିଲ୍ମରେ କାମ କରିବା ପରେ ଦୀପିକା ହଠାତ୍ ବଳିଉଡରୁ ଗାୟବ ହୋଇଯାଇଥିଲେ।

{"id":261862,"sizeSlug":"large"}

ଦୀପିକା ଏବାବଦରେ କହିଥିଲେ ଯେ, ସେ ବହୁତ ସୁପରଷ୍ଟାରଙ୍କ ସହ ଫିଲ୍ମ କରିଛନ୍ତି। ସେ ରାଜେଶ ଖାନ୍ନାଙ୍କ ସହ ଫିଲ୍ମ କରିବା ପରେ ବଳିଉଡ ଛାଡ଼ି ଦେଇଥିଲେ। ଏହା ପରେ ତାଙ୍କୁ ମେନଷ୍ଟ୍ରିମରେ ଯେଉଁ କାମ ଅଫର କରାଯାଇଥିଲା ଏହା ତାଙ୍କୁ ପସନ୍ଦ ହେଉନଥିଲା।

{"id":261863,"width":584,"height":729,"sizeSlug":"large"}

ଅଭିନୟରୁ ଦୂରେଇ ଯିବା ପରେ ଦୀପିକା ନିଜ ବ୍ୟକ୍ତିଗତ ଜୀବନ ଉପରେ ପୂରା ଧ୍ୟାନ ଦେଇଥିଲେ। ଦୀପିକା ,ହେମନ୍ତ ଟୋପିଓ୍ବାଲାଙ୍କୁ ବିବାହ କରିଥିଲେ। ହେମନ୍ତ ଜଣେ ଜଣାଶୁଣା ବ୍ୟବସାୟୀ। ଦୀପିକା ଏବଂ ହେମନ୍ତଙ୍କ ଦୁଇ ଝିଅ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.