ଦୀପା କର୍ମକାର ରଚିଲେ ଇତିହାସ, ଏସିୟ ସିନିୟର ଚାମ୍ପିୟନସିପ୍ ରେ ଜିତିଲେ ସୁନା

Published By : Prameya-News7 Bureau | May 26, 2024 IST

ତାସକେଣ୍ଟ ୨୬।୫: ଭାରତର ଷ୍ଟାର ଆଥଲେଟ୍ ଦୀପା କର୍ମକାର ଦେଶ ପାଇଁ ଏକ ବଡ଼ କମାଲ କରିଛନ୍ତି। ଏହି ଟପ୍ ଭାରତୀୟ ଜିମ୍ନାଷ୍ଟ ରବିବାର ମହିଳା ୱାଲ୍ଟ ପ୍ରତିଯୋଗୀତାରେ ଗୋଲ୍ଡ ମେଡାଲ ହାସଲ କରିଛନ୍ତି। ଏସିୟାନ ଜିମ୍ନାଷ୍ଟିକ୍‌ ଚାମ୍ପିନସିପ୍‌ରେ ସ୍ୱର୍ଣ୍ଣପଦକ ଜିତିବାରେ ଦେଶର ପ୍ରଥମ ଜିମ୍ନାଷ୍ଟ ହୋଇଛନ୍ତି। ଦୀପା (୩୦) ପ୍ରତିଯୋଗୀତାର ଶେଷ ଦିନ ୱାଲ୍ଟ ଫାଇନାଲରେ ୧୩.୫୬୬ର ହାରାହାରି ସ୍କୋର କରିଛନ୍ତି। 


ଏହି ପ୍ରତିଯୋଗୀତାରେ ଉତ୍ତରକୋରିଆର କିମ ସୋନ ହୟାଙ୍ଗ ୧୩.୪୬୬ ଓ ଜୋ କ୍ୟୋଙ୍ଗ ବ୍ୟୋଲ ୧୨.୯୬୬ ସ୍କୋର ସହିତ ଯଥାକ୍ରମେ ରୂପା ଓ କାଂସ୍ୟ ପଦକ ଜିତିଛନ୍ତି। ୨୦୧୬ ରିୟୋ ଅଲମ୍ପିକ ଫାଇନାଲର ଚତୁର୍ଥ ସ୍ଥାନରେ ଥିବା ଦୀପା ୨୦୧୫ରେ ଏହି ପ୍ରତିଯୋଗୀତାରେ କାଂସ୍ୟ ପଦକ ବିଜୟୀ ହୋଇଥିଲେ। ଆଶିଷ କୁମାର ୨୦୧୫ଏସିୟାନ ଚାମ୍ପିୟନସିପ୍‌ର ବ୍ୟକ୍ତିଗତ ଫ୍ଲୋର ଏକ୍ସରସାଇଜରେ କାଂସ୍ୟ ପଦକ ଜିତିଥିଲେ। ପ୍ରଣତୀ ନାୟକ ୨୦୧୯ ଓ ୨୦୨୨ରେ ୱାଲ୍ଟ ପ୍ରତିଯୋଗୀତାରେ କାଂସ୍ୟ ପଦକ ପାଇଥିଲେ। ଡୋପିଙ୍ଗ ଉଲ୍ଲଂଘନ ଯୋଗୁ ୨୧ ମାସର ନିଲମ୍ବନ ପରେ ଗତବର୍ଷ ପ୍ରତ୍ୟାବର୍ତ୍ତନ କରିଥିବା ଦୀପା ଆଗାମୀ ପ୍ୟାରିସ୍ ଅଲିମ୍ପିକ୍ ଦୌଡରୁ କିନ୍ତୁ ବାହାରେ ରହିଛନ୍ତି। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.