ନୂଆଦିଲ୍ଲୀ ୧୯।୦୯ : ନିଲାମ ହେବ ଦୁର୍ଲଭ ଡାଇନୋସର ‘ବେରୀ’ର କଙ୍କାଳ । ୧୫ କୋଟି ବର୍ଷର ଏହି ପୁରୁଣା କଙ୍କାଳ ପାଇଁ କୋଟି କୋଟି ଟଙ୍କାର ବିକ୍ରି ହେବା ନେଇ ଅନୁମାନ କରାଯାଉଛି । ଏହି ଡାଇନୋସର କଙ୍କାଳ ଏତେ ପୁରୁଣା ହୋଇଥିବା ସତ୍ତ୍ୱେ ବି ଏହାକୁ ସୁରକ୍ଷିତ ଭାବେ ରଖାଯାଇଛି ।
ଖବର ଅନୁଯାୟୀ, ୧୯୯୦ରେ ଆମେରିକାର ଓ୍ୱାମିଙ୍ଗ ସହରରୁ ଠାବ କରାଯାଇଥିଲା ।। ଯାହାର ଉଚ୍ଚତା ୨.୧ ମିଟର ଏବଂ ଲମ୍ବ ୫ ମିଟର ବୋଲି ଜଣାପଡିଛି । ୨୦୦୦ ମସିହାରେ ଜୀବାଶ୍ମବିଜ୍ଞାନୀ ବେରୀ ଜେମ୍ସ ଏହାକୁ ପୁନଃରୁଦ୍ଧାର କରିଥିଲେ । ଯେଉଁ କାରଣରୁ ପରେ ଏହି ଡାଇନୋସର କଙ୍କାଳକୁ ତାଙ୍କରି ନାମରେ ନାମକରଣ କରାଯାଇଥିଲା । ସେବେଠାରୁ ଏହି ‘ବେରୀ’ର କଙ୍କାଳକୁ ସୁରକ୍ଷିତ ଭାବେ ରଖାଯାଇଛି । ଜୁରାସିକ କାଳ ସମୟରେ ଏହି କଙ୍କାଳ ‘ବେରୀ’ । ଗତ ବର୍ଷ ଏହି କଙ୍କାଳକୁ ଇତାଲିବ ପ୍ରୟୋଗଶାଳା ଜୋଇକ ବେରୀର ଅଧିଗ୍ରହଣ କରିଥିଲେ । ସେବେଠାରୁ ତାଙ୍କର ରକ୍ଷଣାବେକ୍ଷଣ କରୁଛନ୍ତି । ଲଗାତର ଭାବେ ‘ବେରୀ’ ଯାଞ୍ଚ ମଧ୍ୟ କରାଯାଉଛି ।
wp:embed {"url":"https://www.prameyanews7.com/princess-dianas-iconic-sheep-sweater-sells-for-more-than-1-million-at-auction/","type":"wp-embed","providerNameSlug":"prameya-news-7"} /wp:embedତେବେ ଆସନ୍ତା ମାସରେ ଡାଇନେସର ‘ବେରୀ’ର କଙ୍କାଳ ନିଲାମ ହେବ । ୧୫ କୋଟି ବର୍ଷର ପୁରୁଣା ଏହି କଙ୍କାଳଟି ପ୍ୟାରିସରେ ନିଲାମ ହେବାକୁ ଯାଉଛି । ପ୍ରଥମେ ଏହାକୁ ସର୍ବସାଧାରଣରେ ରଖାଯିବ । ସେଠାରେ ଲୋକମାନଙ୍କୁ ଦେଖିବାକୁ ସୁଯୋଗ ମିଳିବା । ଏହାପରେ ଏହି କଙ୍କାଳକୁ ନିଲାମ କରାଯିବ । ଯେଉଁଠି କୋଟି କୋଟିରେ ନିଲାମ ହେବାର ସମ୍ଭାବନା ରହିଛି।
ସେହିପରି ନିଲାମ ଦାୟିତ୍ୱରେ ଥିବା ଅଧିକାରୀ କହିଛନ୍ତି ଯେ, ଏହି କଙ୍କାଳଟି ଅତ୍ୟନ୍ତ ଦୁର୍ଲଭ । ତାହାକୁ ସୁରକ୍ଷିତ ଭାବେ ରଖାଯାଇଛି । ‘ବେରୀ’ର ଖପୁରୀ ୯୦ ପ୍ରତିଶତ ଏବଂ ଶରୀରର ୮୦ ପ୍ରତିଶତ ଠିକ୍ ଅଛି । ଏହାବ୍ୟତୀତ ଡାଇନୋସରର ଅଂଶ ଖୁବ୍ କମ୍ ମିଳିଥାଏ । ବର୍ଷରେ ୧-୨ଟି ବିକ୍ରି ହୋଇଥାଏ । ଏଥିପାଇଁ ଏହା ବହୁତ ଦୁର୍ଲଭ ହୋଇଥାଏ ।
wp:embed {"url":"https://www.prameyanews7.com/india-revenge-from-sri-lanka-of-champions-trophy-final-2000-india/","type":"wp-embed","providerNameSlug":"prameya-news-7"} /wp:embed